ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡର ତୃତୀୟ ସଂସ୍କରଣ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ହୋଟେଲ ମେ ଫେୟାରରେ ବ୍ରାଣ୍ଡସ ଅଫ୍ ଓଡିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ପୁରସ୍କାର ପ୍ରଦାନ ସମାରୋହ କାର୍ଯ୍ୟକ୍ରମ ଚାଲିଛି । ଇତ୍ୟଅବସରରେ ଦେଶବିଦେଶରେ ନାଁ କମାଇଥିବା ଓଡିଶାର ଶ୍ରେଷ୍ଠ ବ୍ରାଣ୍ଡକୁ ପୁରସ୍କାର ଅର୍ପଣ କରାଯିବ । ଷ୍ଟର୍ଟଅପ୍ ଭଳି ୫ଟି ବର୍ଗରେ ଦିଆଯିବ ୧୫ଟି ପୁରସ୍କାର । ପ୍ରତିଟି ବିଭାଗରେ ପ୍ଲାଟିନମ , ଗୋଲ୍ଡ ଓ ସିଲଭର ପୁରସ୍କାର ଦିଆଯିବ ।
କାର୍ଯ୍ୟକ୍ରମ ଆରମ୍ଭରେ ସମ୍ବାଦ ଗ୍ରୁପର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବକ୍ତବ୍ୟ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି , ଖବରକାଗଜ ଦୁନିଆରେ ଆମେ ୧ ନମ୍ବର ହୋଇପାରିଛୁ । ସମ୍ବାଦର ଏହି ସଫଳତା ପଛରେ ସମସ୍ତଙ୍କ ହାତ ରହିଛି । ଉକୃଷ୍ଟର ଉପାସନା ପାଇଁ ଆମେ ସର୍ବଦା ସଙ୍କଳ୍ପବଦ୍ଧ । ଓଡିଶାର ଏମର୍ଜିଂ ବ୍ରାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜନୀତିର ନୂଆ ବ୍ରାଣ୍ଡ ମୁଖ୍ୟମନ୍ତ୍ରୀ । ବ୍ରାଣ୍ଡ ତିଆରି ହୋଇଗଲେ ଯାତ୍ରାପଥ ସୁଗମ ହୁଏ । ଆଗାମୀ ଦିନର ବ୍ରାଣ୍ଡ ହେବାକୁ ଯାଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ରାଜନୀତିର ବ୍ରାଣ୍ଡ ଖରାପ ହେଲେ ସବୁ ଖରାପ ହୋଇଯିବ । ରାଜନୀତିରେ ମଧ୍ୟ ପରବର୍ତ୍ତୀ ବ୍ରାଣ୍ଡ ସୃଷ୍ଟି କରିବା ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/Screen-Shot-2020-01-17-at-10.53.22-AM.png)
/kanak/media/post_attachments/wp-content/uploads/2020/01/Capture-9-300x157.png)