ସମ୍ବାଦ ସିଇଓ କନକ୍ଲେଭ-୨୦୨୨: ନେତୃତ୍ୱ, ଲକ୍ଷ୍ୟ, ଭବିଷ୍ୟତର ଆବଶ୍ୟକତା ଉପରେ ଦରକାର ଅଧିକ ଧ୍ୟାନ ।

70

କନକ ବ୍ୟୁରୋ: ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ସମ୍ବାଦ ସିଇଓ କନକ୍ଲେଭ୍ । କରୋନା ମହାମାରୀ ଯୋଗୁଁ ବ୍ୟବସାୟଜଗତ ବେଶ ପ୍ରଭାବିତ ହୋଇଥିଲା । ଏଭଳି କଠିନ ସମୟରେ ସିଇଓ ଅର୍ଥାତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେମାନଙ୍କ ବଳିଷ୍ଠ ନେତୃତ୍ୱ, ପରିଚାଳନା ଦକ୍ଷତା, ପରିସ୍ଥିତି ଅନୁଯାୟୀ ପଦକ୍ଷେପ ଯୋଗୁଁ ବ୍ୟବସାୟରେ ସ୍ଥିରତା ଆଣିବା ସହ ସ୍ୱାଭାବିକ ସ୍ଥିତି ଫେରି ଆସିଥିଲା । କଠିନ ସମୟରେ ବ୍ୟବସାୟରେ ଉନ୍ନତି ଆଣି ଆର୍ଥିକ ଲାଭ କରିଥିବା କମ୍ପାନୀର ସିଇଓମାନଙ୍କୁ ନେଇ ପ୍ରଥମଥର ପାଇଁ ସିିଇଓ କନକ୍ଲେଭ-୨୦୨୨ ଆୟୋଜନ କରିଛି ସମ୍ବାଦ । ଏଥିରେ ଶିଳ୍ପ ଜଗତର ବିଶିଷ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ପାଣ୍ଡେମିକ୍ ଆଣ୍ଡ ବିୟଣ୍ଡ ଅର୍ଥାତ୍ ‘ମହାମାରୀ ଓ ତା’ପରେ’ ଶୀର୍ଷକ ଆଲୋଚନାରେ ଭାଗ ନେଇ କଠିନ ପରିସ୍ଥିତିରେ ବ୍ୟବସାୟକୁ ଭଲ ଭାବେ ପରିଚାଳନା ପାଇଁ ରଣନୀତି ସଂପର୍କରେ ଚର୍ଚ୍ଚା କରିଛନ୍ତି । ନେତୃତ୍ୱ, ଲକ୍ଷ୍ୟ, ଭବିଷ୍ୟତର ଆବଶ୍ୟକତା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଛି । ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ସମ୍ବାଦର ଏପରି ପ୍ରୟାସ, ପ୍ରତିକୂଳ ପରିସ୍ଥିତିକୁ କିପରି ସାମ୍ନା କରିବାକୁ ପଡିବ, ଏ ନେଇ ବାଟ ଦେଖାଇବ ।