କନକ ବ୍ୟୁରୋ : ଆଜି ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଏଥିରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ହେଉଛି । ଭୁବନେଶ୍ୱର କିସ୍ କ୍ୟାମ୍ପସରେ ୪ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚିତ୍ରାଙ୍କନ, ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ହସ୍ତାକ୍ଷର ଓ ନବମ ଏବଂ ଦଶମ ଶ୍ରେଣୀ ପିଲା ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ଦେଉଛନ୍ତି ।

Advertisment

ରାଜ୍ୟର ସମସ୍ତ ବ୍ଲକ, ପୌରାଞ୍ଚଳ ଓ ବିଜ୍ଞପିତ ଅଞ୍ଚଳ ପରିଷଦର ସଦର ମହକୁମାରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି । ଚିତ୍ରାଙ୍କନ ପାଇଁ ସମୟସୀମା ୧ ଘଣ୍ଟା ରଖାଯାଇଛି । ହସ୍ତାକ୍ଷର ପାଇଁ ୩୦ ମିନିଟ୍ ଓ ଭାଷାଜ୍ଞାନ-ପ୍ରବନ୍ଧ ପାଇଁ ୧ ଘଣ୍ଟା ସମୟ ରଖାଯାଇଛି । ପ୍ରତି କେନ୍ଦ୍ରରେ ଏହି ତିନିଟି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲା କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହେବେ । ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡ଼ିବ ନାହିଁ ।