କନକ ବ୍ୟୁରୋ : କୁନି କୁନି ପିଲାଙ୍କ ଭିତରେ ଭାଷା ପ୍ରତି ଆଦର ସୃଷ୍ଟି କରିବା ଏବଂ କୁନି ପ୍ରତିଭାକୁ ପ୍ରୋତ୍ସାହିତ କରିବ ଲକ୍ଷ୍ୟରେ, ପ୍ରତିବର୍ଷ ଭଳି ଚଳିତବର୍ଷ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଛି ବାର୍ଷିକ ପ୍ରତିଯୋଗିତା । ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗତା ଆୟୋଜିତ ହୋଇଛି । ରାଜ୍ୟର ସମସ୍ତ ବ୍ଲକ୍, ପୌରାଂଚଳ ଓ ବିଜ୍ଞାପିତ ଅଂଚଳ ପରିଷତ ସଦର ମହକୁମାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ବିପୁଳ ସଂଖ୍ୟାରେ ଆଗ୍ରହର ସହ ସାମିଲ୍ ହୋଇଥିଲେ ଛାତ୍ରଛାତ୍ରୀ ।

Advertisment

ସକାଳ ୧୦ଟାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମରୁ ପଂଚମ ଶ୍ରେଣୀ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏଥିରେ ଏକ ଘଂଟାର ସମୟସୀମା ରଖାଯାଇଥିଲା । ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ହସ୍ତାକ୍ଷର ପ୍ରତିଯୋଗିତା ହୋଇଥିବା ବେଳେ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷାରେ ୯ମ ଓ ୧୦ଶ୍ରେଣୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ପ୍ରତି କେନ୍ଦ୍ରରେ ଏହି ତିନୋଟି ପ୍ରତିଯାଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନ ରାଜ୍ୟସ୍ତରୀୟ ପ୍ରତିଯୋଗିତ ପାଇଁ ଯୋଗ୍ୟ ବିବେଚିତ ହେବେ ।