‘ବେକାରୀ ସମସ୍ୟା’କୁ ଆୟୁଧ କରି ଇସ୍ତାହାର ଜାରି କଲା ସମତାକ୍ରାନ୍ତି ଦଳ । ପ୍ରତିଶ୍ରୁତି ଦେଇ କହିଲା, ଜିତିଲେ ବେସରକାରୀ ଶିକ୍ଷାନୁଷ୍ଠାନରେ ବର୍ଦ୍ଧିତ ଦରମା ଉପରେ ଲଗାଯିବ କଟକଣା

Advertisment
‘ବେକାରୀ ସମସ୍ୟା’କୁ ଆୟୁଧ କରି ଇସ୍ତାହାର ଜାରି କଲା ସମତାକ୍ରାନ୍ତି ଦଳ । ପ୍ରତିଶ୍ରୁତି ଦେଇ କହିଲା, ଜିତିଲେ ବେସରକାରୀ ଶିକ୍ଷାନୁଷ୍ଠାନରେ ବର୍ଦ୍ଧିତ ଦରମା ଉପରେ ଲଗାଯିବ କଟକଣା

କନକ ବ୍ୟୁରୋ: ଚଳିତ ନର୍ବାଚନରେ ସମତାକ୍ରାନ୍ତି ଦଳ ୧୭ ବିଧାନସଭା ଓ ୧ ଲୋକସଭା ଆସନରେ ପ୍ରାର୍ଥୀ ଦେଇଛି । ତେବେ ଦଳର ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଏଥର ପ୍ରାର୍ଥୀ ହୋଇନାହାନ୍ତି ।

publive-image

ଗତକାଲି ଦଳ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଘୋଷଣା ହୋଇଛି । ଏଥିରେ ଚାଷ ଓ ଚାଷୀର ସୁରକ୍ଷା , ଯୁବଶକ୍ତିର ଉପଯୁକ୍ତ ବିନିଯୋଗ, ବେକାରି ମୁକ୍ତ ଓଡିଶା, ସାମାଜିକ ନ୍ୟାୟ ଅଭିଯାନ , ଶ୍ରମିକଙ୍କ ଅଧିକାର, ନାରୀ ଓ ଶିଶୁ ସୁରକ୍ଷା ସମେତ ଭୂମି ଆୟୋଗ ଗଠନ, ପେଶା ଓ ଜଙ୍ଗଲ ଅଧିକାର ଆଇକ କଡାକଡି କରିବା, ବେସରକାରୀ ଶିକ୍ଷାନୁଷ୍ଠାନରେ ବର୍ଦ୍ଧିତ ଦରମା ଉପରେ କଟକଣା, ନିଶା ନିବାରଣ ଆଇନ କଡାକଡି, ରାଜ୍ୟ ଯୋଜନା ଆୟୋଗ ଗଠନ, ବିଧାନ ପରିଷଦ ଗଠନ, ସବୁ ଗ୍ରାମକୁ ୨୪ ଘଂଟିଆ ପାନୀୟଜଳ ଓ ବିଦ୍ୟୁତ ସେବା, ତିନୋଟି ସ୍ୱତନ୍ତ୍ର ଓଡିଆ ବିଶ୍ୱବିଦ୍ୟାଳୟ, ବିଚ୍ଛିନ୍ନାଂଚଳରେ ଓଡିଆ ଭାଷାର ପ୍ରତାର ପ୍ରସାର, ମାନବାଧିକାର ଆୟୋଗକୁ ଦୃଢ ଓ ନିରପେକ୍ଷ କରିବା, କ୍ଷୁଧାମୁକ୍ତି ଆଇନ ପ୍ରଣୟନ ଆଦି ମୁଖ୍ୟ ରହିଛି ।

publive-image

ଦଳର ପ୍ରତିଷ୍ଠାତା ବ୍ରଜ କିଶୋର ତ୍ରିପାଠୀଙ୍କ ସମେତ ଦଳର ସଭାପତି ସମାଜବାଦୀ ନେତା ପ୍ରଶାନ୍ତ ମିଶ୍ରଙ୍କ ସମେତ ଅନେକ ପ୍ରମୁଖ ନେତାବୃନ୍ଦ ଉପସ୍ଥିତ ଥିଲେ । ଦଳ ପକ୍ଷରୁ ଏକମାତ୍ର ଲୋକସଭା କ୍ଷେତ୍ର ଢେଙ୍କାନାଳରେ ସରୋଜ ତ୍ରିପାଠୀ ପ୍ରାର୍ଥୀ ହୋଇଥିବା ବେଳେ ବିଧାନସଭା କ୍ଷେତ୍ର ଭଟଲିରେ ଧନପତି ସାହୁ, ବ୍ରଜରାଜନଗରରେ ହରପ୍ରସାଦ ମେହେର, ବାଙ୍ଗିରିପୋଷିରେ ଦେବେନ୍ଦ୍ରନାଥ ସିଂହ, ଜଳେଶ୍ୱରରେ ସାନ୍ତନୁ ଦାସ, ଯାଜପୁରରେ ସନ୍ତୋଷ ସୂର୍ଯ୍ୟବଂଶୀ, ଉମରକୋଟରେ ଲାକିରାମ ଗୋଣ୍ଡ, ଚିତ୍ରକୋଣ୍ଡାରେ ଖେନୁ ମୁଦୁଲି, ପାରଳାଖେମୁଣ୍ଡିରେ ସୁନୀଲ ପଟ୍ଟନାୟକ, ଢେଙ୍କାନାଳରେ ଅକ୍ଷୟ ରାଉତ, କାମାକ୍ଷାନଗରରରେ ଧରମବୀର ସିଂହଠାକୁର, ନୂଆପଡାରେ ଭରତ ତ୍ରିପାଠୀ, ଖରିଆରରରେ ସଂଜୟ ସିଂହ, ଲାଂଜିଗଡରେ ଉଦ୍ଧବ ମୁଣ୍ଡା, କଂଟାମାଳରେ ପ୍ରଫୁଲ ମଲିକ, ଦଶପଲ୍ଲାରେ ତ୍ରିମାଥ ନାୟକ, ଖଲୁକୋଟରେ ସୁଦର୍ଶନ ଜାଲି, ଆସ୍କାରେ ସମୀର ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe