ସାଉଥ୍ ସିନେମାର ଚର୍ଚ୍ଚିତ ଯୋଡି ଭିତରେ ଫାଟ, ସାମନ୍ଥାଙ୍କ ହାତ ଛାଡିଲେ ନାଗା ଚୈତନ୍ୟ

455

କନକ ବ୍ୟୁରୋ : ସାଉଥ୍ ସିନେମାର ଚର୍ଚ୍ଚିତ ଯୋଡି ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି । ଏନେଇ ସାମନ୍ଥା ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସେମାନଙ୍କ ଭିତରେ ଲାଗି ରହିଥିବା ବିବାଦକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ହେଉଥିବା ବେଳେ ଆଜି ସାମନ୍ଥା ନିଜେ ଏହି ସୂଚନା ଦେଇ ପ୍ରଶଂସକଙ୍କୁ ଜଣାଇଛନ୍ତି ।

ସାମନ୍ଥା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସାମନ୍ଥା ଲେଖିଛନ୍ତି କି “ବହୁ ବିଚାର ବିମର୍ଶ ଓ ବୁଝି ବିଚାରି ମୁଁ ଓ ମୋ ସ୍ୱାମୀ ନାଗା ଚୈତନ୍ୟ ନିଜ ନିଜର ରାସ୍ତା ଅଲଗା କରିବାକୁ ନିଷ୍ପତ୍ତି ନେଇଛୁ, ଏବେ ଆମେ ନିଜପାଇଁ ବାଛିଥିବା ରାସ୍ତାରେ ଚାଲିବୁ, ମୁଁ ବହୁତ ଭାଗ୍ୟଶାଳୀ କି ବିଗତ ୧୦ ବର୍ଷ ଧରି ଆମେ ପରସ୍ପର ସହ ଜଣେ ଭଲ ବନ୍ଧୁ ଭାବେ ବଞ୍ଚିଥିଲୁ , ଏହି ଭଲ ବନ୍ଧୁରୁ ଆମେ ଆଗକୁ ଯାଇ ସ୍ୱାମୀ ଓ ସ୍ତ୍ରୀ ହୋଇପାରିଥିଲୁ , ଏହି ବନ୍ଧୁତ୍ୱର ସଂପର୍କ ମୋର ସବୁଦିନ ପାଇଁ ମନେ ରହିବ, ଆମେ ଆମର ପ୍ରଶଂସକ, ଶୁଭ ଚିନ୍ତକ ଓ ଗଣମାଧ୍ୟମକୁ ଅନୁରୋଧ କରୁଛୁ କି ଏଭଳି ଘଡିସନ୍ଧି ମୁହୂତ୍ତ୍ୱରେ ସେମାନେ ଆମକୁ ସହଯୋଗ କରିବେ ”

କହିରଖୁ କି ସାମନ୍ଥା ଓ ନାଗା ଚୈତନ୍ୟ ୨୦୧୦ ରେ ସାଉଥ୍ ସିନେମାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେମାନେ ୨୦୧୭ ଅକ୍ଟୋବର ୬ ତାରିଖରେ ଗୋଆରେ ବିବାହ କରିଥିଲେ ।