ସାମନ୍ଥା ଓ ନାଗାଚୈତନ୍ୟ ବିବାହ ବିଚ୍ଛେଦ ମାମଲା: ଭରଣପୋଷଣ ପାଇଁ କ୍ଷତିପୂରଣ ନେବାକୁ ମନାକଲେ ଅଭିନେତ୍ରୀ ସାମନ୍ଥା

303

କନକ ବ୍ୟୁରୋ: ଅଲଗା ହେଲେ ଲୋକପ୍ରିୟ ସାଉଥ ଯୋଡି ସାମନ୍ଥା ଓ ନାଗାଚୈତନ୍ୟ । ବିବାହର ୪ ବର୍ଷ ପରେ ପରସ୍ପରଠାରୁ ଅଲଗା ହୋଇଛନ୍ତି ଏମାନେ । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜ ବିବାହ ବିଚ୍ଛେଦ ବିଷୟରେ ପ୍ରଶଂସକଙ୍କୁ ଜଣାଇଛନ୍ତି ସାମନ୍ଥା ଓ ଚୈତନ୍ୟ । ଆଉ ନାଗାଚୈତନ୍ୟଙ୍କ ଠାରୁ ବିବାହ ବିଚ୍ଛେଦ ପରେ ଭରଣ ପୋଷଣ ଅର୍ଥ ନେବାକୁ ବି ମନା କରିଦେଇଛନ୍ତି ସାମନ୍ଥା ।

ସୋସିଆଲ ମିଡିଆରେ ଏହି ଲୋକପ୍ରିୟ ଯୋଡିଙ୍କ ବିବାହ ବିଚ୍ଛେଦକୁ ନେଇ ଜୋର ଧରିଛି ଚର୍ଚ୍ଚା । ବିବାହର ୪ ବର୍ଷ ପରେ କାହିଁକି ଅଲଗା ହେଲେ ସାମନ୍ଥା ଓ ନାଗାଚୈତନ୍ୟା ତାହାକୁ ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସୁଛି । ତେବେ ଏହି ଖବରରେ ସବୁଠାରୁ ବେଶୀ ନିରାଶ ହୋଇଛନ୍ତି ଦୁହିଁଙ୍କ ଫ୍ୟାନମାନେ । ପରଦା ଉପରେ ହେଉ କି ରିୟଲ ଲାଇଫରେ ସବୁବେଳେ ଫର୍ଫେକ୍ଟ ନଜର ଆସୁଥିବା ଏହି ଯୋଡି ଅଲଗା କାହିଁକି ହେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଭୟଙ୍କ ବିଚ୍ଛେଦ ପରେ ସୋସିଆଲ ମିଡିଆରେ ଅନେକ କାରଣ କୁ ଉପସ୍ଥାପିତ କରାଯାଉଛି ।

ତେବେ ସାମନ୍ଥା ନିଜ କ୍ୟାରିୟର ପାଇଁ ନାଗାଚୈତନ୍ୟଙ୍କ ହାତ ଛାଡିଥିବା ଜଣା ପଡିଛି । ଅନ୍ୟପଟେ ସାମନ୍ଥା ନାଗାଚୈତନ୍ୟଙ୍କୁ ଛାଡି ଆଉ କାହା ପ୍ରେମରେ ପଡିଥିବା ମଧ୍ୟ ଚର୍ଚ୍ଚା କରାଯାଉଛି । କାରଣ ଯାହା ବି ଥାଉ ନା କାହିଁ ସାମନ୍ଥା ଓ ନାଗାଚୈତନ୍ୟଙ୍କ ବିଚ୍ଛେଦ ଖବର ଫ୍ୟାନମାନଙ୍କୁ ଦୁଃଖିତ କରିଛି । ସେପଟେ ନାଗଚୈତନ୍ୟଙ୍କଠାରୁ ଅଲଗା ହେବା ପରେ ଭରପୋଷଣ ପାଇଁ ୨୦୦କୋଟି ନେବାକୁ ମନା କରିଦେିଛନ୍ତି ସାମନ୍ଥା ।

ପରସ୍ପରକୁ ଡେଟ୍ କରିବାର କିଛି ବର୍ଷ ପରେ ୨୦୧୭ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏମାନେ । ଆଉ ବିବାହ ସମୟର ପ୍ରତ୍ୟେକ ଖବର ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ବାଂଟିଥିଲେ ସାମନ୍ଥା ଓ ନାଗାଚୈତନ୍ୟା । ଆଉ ଏବେ ବିବାହ ବିଚ୍ଛେଦ ଖବର ମଧ୍ୟ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଗତ ୨ ଅକ୍ଟୋବରରେ ବିବାହ ବିଚ୍ଛେଦକୁ ନେଇ ସୋସିଆଲ ମିଡିଆରେ ଉଭୟ ସମାନ ପୋଷ୍ଟ ସେୟାର କରିଛନ୍ତି । ପରସ୍ପରର ଏକ ଫଟୋ ସେୟାର କରି ଦୁହେଁ ଲେଖିଛନ୍ତି-

ଆମର ସମସ୍ତ ଶୁଭଚିନ୍ତକଙ୍କ ପାଇଁ…..
ବହୁତ ବିଚାର ବିର୍ମଶ ପରେ ମୁଁ ଏବଂ ଚୈତନ୍ୟ ସ୍ୱାମୀ, ସ୍ତ୍ରୀ ସର୍ମ୍ପକରୁ ପରସ୍ପରକୁ ଅଲଗା କରିବା ପାଇଁ ନିଷ୍ପତି ନେଇଛୁ । ନିଜର ଦଶ ବର୍ଷର ବନ୍ଧୁତାର ସର୍ମ୍ପକ ପାଇଁ ଆମେ ନିଜକୂୁ ଭାଗ୍ୟଶାଳୀ ମନେ କରୁଛୁ । ଏହା ଆମ ସର୍ମ୍ପକର ମୂଳଦୁଆ ଥିଲା ଓ ବିଶ୍ୱାସ ଅଛି ଏହି ସର୍ମ୍ପକ..ଆଗକୁ ଆମକୁ ଏକ ଖାସ ସର୍ମ୍ପକରେ ବାନ୍ଧି ରଖିବ । ସମସ୍ତ ପ୍ରଂଶସକ, ଶୁଭଚିନ୍ତକ ଏବଂ ଗଣମାଧ୍ୟକୁ ଆମର ଅନୁରୋଧ ଏହି କଠିନ ପରିସ୍ଥିତିରେ ଆମକୁ ଆଗକୁ ବଢିବା ପାଇଁ ସହଯୋଗ କରୁନ୍ତୁ । ସହଯୋଗ ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ।

୨୦୧୭ରେ ବିଳାସପୂର୍ଣ ଆୟୋଜନ ସହ ପାଖାପାଖି ୧୦ କୋଟି ଟଙ୍କା ଖର୍ଚ୍ଚରେ ବିବାହ କରିଥିଲେ ସାମନ୍ଥା ଓ ନାଗା ଚୈତନ୍ୟା । ଉଭୟ ହିନ୍ଦୁ ଓ ଖ୍ରୀଷ୍ଟ ଧର୍ମ ଅନୁସାରେ ବିବାହ କରିଥିଲେ । ଆଉ ସୋସିଆଲ ମିଡିଆରେ ବି ଦୁହିଁଙ୍କ ବ୍ୟକ୍ତିଗତ ଜୀବନର ଅନେକ ଖୁସିର ମୁହୂର୍ତ ଦେଖିବାକୁ ମିଳିଛି । ହେଲେ ଏବେ ଏମାନେ ଅଲଗା ହୋଇଛନ୍ତି ।