ସାମନ୍ତାରାୟପୁର ହତ୍ୟାକାଣ୍ଡ । ଆଉ ୫ ଜଣଙ୍କୁ ଗିରଫ କଲା ପୋଲିସ

200

କନକ ବ୍ୟୁରୋ : କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠ ସାମନ୍ତରାପୁର ମିଠା ଦୋକାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ଘଟଣାରେ ଆଉ ୫ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଦିଲ୍ଲୀପ ବେହେରା, ଦିଲ୍ଲୁର ବାପା ବାଉରିଆ ବେହେରା , ତାର ସ୍ତ୍ରୀ ଓ ପୁଅ ଗିରଫ ହୋଇଛନ୍ତି ।

ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ଦୁଇ ଜଣ ପୁରୀରୁ ଗିରଫ ହୋଇଛନ୍ତି । ଦିଲ୍ଲୀପର ପୁଅ ରାଜା ଗତକାଲି ଆତ୍ମସମର୍ପଣ କରିଥିଲା । ଏହି ହତ୍ୟାକାଣ୍ଡ ମାମଲାରେ ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି ।

ଏହି ହତ୍ୟାକାଣ୍ଡ ପାଇଁ ସୁପାରି ଦେଇଥିଲା ଦିଲୁ । ଦିଲୁର ପୁଅ ରାଜା ରଚିଥିଲା ହତ୍ୟାକାଣ୍ଡର ଷଡ ଯନ୍ତ୍ର । ପୂର୍ବ ଶତ୍ରୁତାରୁ ମିଠା ଦୋକାନୀକୁ ଗୋଡାଇ ଗୋଡାଇ ହାଣିଥିଲେ ଦୁର୍ବୃତ୍ତ ।