ସଜେଇ ହେଉଛି ସମଲେଶ୍ୱରୀ ପୀଠ: ସମଲେଇ ପ୍ରକଳ୍ପର ପାଇଁ ଚଳଚଂଚଳ ସମ୍ବଲପୁର

125

କନକ ବ୍ୟୁରୋ: ସଜେଇ ହେଉଛି ସମଲେଶ୍ୱରୀ ପୀଠ । ଦିନକ ପରେ ସମଲେଇ ପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ପରିକ୍ରମା ପ୍ରକଳ୍ପ ପରେ ଏହା ରାଜ୍ୟ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି । ଭକ୍ତଙ୍କୁ ଦିବ୍ୟ ଅନୁଭବ ଦେବା ପାଇଁ ପ୍ରୟାସ ହୋଇଛି । ବିଶେଷ କରି ମନ୍ଦିର ସୁରକ୍ଷା, ବିକାଶ ଓ ଭକ୍ତଙ୍କ ସୁବିଧାକୁ ଦିଆଯାଇଛି ଗୁରୁତ୍ୱ ।

ରୂପାନ୍ତରିତ ହେଉଛି ମା ସମଲେଶ୍ୱରୀଙ୍କ ପୀଠ । ସବୁଠି ଲାଗଛି ରୂପାନ୍ତରଣର ରଙ୍ଗ ।ପ୍ରସ୍ତୁତ ହେଉଛି ୪ଟି ଦ୍ୱାର । ଆଉ ଦିନ ପରେ ହେବ ମା ସମଳେଇ ପ୍ରକଳ୍ପର ଲୋକାର୍ପଣ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସମଲେଶ୍ୱରୀ ପୀଠରେ ରହଛିି ସମ୍ବଲପୁରୀ ପଶାପାଲିର ଛୁଙ୍କା ପଶାପାଲିରେ ଚିତ୍ରିତ ହୋଇଛି ମା ସମଲେଇଙ୍କ ପୀଠର ନବନିର୍ମିତ କୋଠାର ଚିତ୍ର । ଶୁକ୍ରବାରଦିନ ଅଧିବାସ ଓ କଳସ ଯାତ୍ରା ହେବ । ଶନିବାର ଲୋକାର୍ପଣ ଦିନ ହେବ ସ୍ୱତନ୍ତ୍ର ପୂଜାବିଧି । ଯଜ୍ଞ ଓ ଚଣ୍ଡୀପାଠ ହେବ । ଏଥିପାଇଁ ପ୍ରସ୍ତୁତ ହୋଇଛି ୪ଟି ଯଜ୍ଞ ଶାଳ । ମନ୍ଦିର ପରିସରରେ ମୁଖ୍ୟ ଯଜ୍ଞମଣ୍ଡପ ହୋଇଛି । ହୋମଯଜ୍ଞ ୨୭ରୁ ୩୧ ଯାଏଁ ଚାଲିବ ।

ସମଲେଇ ମନ୍ଦିରର ସୁରକ୍ଷା, ବିକାଶ ଓ ଭକ୍ତଙ୍କ ସୁବିଧା ପାଇଁ ସମଲେଇ ପ୍ରକଳ୍ପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।
ମା’ସମଲେଇ ପ୍ରକଳ୍ପ
-ପ୍ରକଳ୍ପ ପାଇଁ ୨ ଶହ କୋଟି ଖର୍ଚ୍ଚ
-୪୦ ଏକର ଜମିରେ ମନ୍ଦିରର ବିକାଶ
-ଧାଡି ପରିଚଳାନା ବ୍ୟବସ୍ଥା, ଭୋଗମଣ୍ଡପ ଓ ପୂଜାରୀଙ୍କ ବିଶ୍ରାମଗୃହ
-ମନ୍ଦିରର ୪ ପାଶ୍ୱର୍ରେ ଐତିହ୍ୟ ଦ୍ୱାର
-ଭକ୍ତ ପୂର୍ବଦ୍ୱାର ଦେଇ ପ୍ରବେଶ କରିବେ ଓ ଅନ୍ୟ ୩ ଦ୍ୱାର ଦେଇ ବାହାରକୁ ବାହାରିବେ
-ଗୋପାଳଜୀଉ ମଠର ସଂରକ୍ଷଣ
-ମନ୍ଦିର ପରିକ୍ରମା ପାଇଁ ୧ କିଲୋମିଟରର ପରିକ୍ରମା ପଥ
-ଯାତ୍ରୀଙ୍କ ସୁବିଧା ପାଇଁ ଯାତ୍ରୀ ନିବାସ ଓ ଅନ୍ୟାନ୍ୟ ବ୍ୟବସ୍ଥା
-ସେବାୟତ ପରିବାର ପାଇଁ ବାସଗୃହ
-ମହାନଦୀରେ ପ୍ରତିଦିନ ମହାନଦୀ ଆଳତୀ ବ୍ୟବସ୍ଥା
-ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଦୀପ ଗୃହ,ଜଳିପାରିବ ୬୦୦୦ ଦୀପ
ମା ସମଲେଶ୍ୱରୀଙ୍କ ମନ୍ଦିର ପରିସରର ଭବ୍ୟ ରୂପାନ୍ତରଣରେ ଭକ୍ତଙ୍କ ଦିବ୍ୟ ଅନୁଭବ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି ।