କନକ ବ୍ୟୁରୋ : ଦେବୀ ଦର୍ଶନ ଉପରେ ଲାଗିଲା କଟକଣା । ମହାଳୟା ଦିନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ ରହିବ । କରୋନା ଯୋଗୁଁ ମାଆଙ୍କ ଦର୍ଶନ ଉପରେ କଟକଣା ଲାଗିଛି । କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ମାଆଙ୍କ ଧବଳମୁଖୀ ବେଶ ଦର୍ଶନ କରିପାରିବେ ନାହିଁ ।
ତେବେ ଡିଜିଟାଲ ପ୍ଲାଟଫର୍ମରେ ଶ୍ରଦ୍ଧାଳୁମାନେ ଘରେ ରହି ମାଆଙ୍କୁ ଦର୍ଶନ କରିପାରିବେ । ତେବେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିରରେ ମାନସିକ ଦୀପ ଜାଳିବା ପାଇଁ ପ୍ରଶାସନକୁ ଅନୁମତି ମଗାଯିବ ବୋଲି ସୂଚନା ମିଳିଛି । ପ୍ରଶାସନର ଅନୁମତି ପରେ ପରବର୍ତି ପଦକ୍ଷେପ ନିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।