କନକ ବ୍ୟୁରୋ : ସମଲେଶ୍ବରୀ ମନ୍ଦିରର ପୂଜକଙ୍କ କ୍ଷୋଭ । ପଟ୍ଟା ଦେବୁ ଦେବୁ କହି ଦେଉନାହାନ୍ତି । ତତକାଳୀନ ସରକାର ସମଲେଇ ପ୍ରକଳ୍ପ ପାଇଁ ମନ୍ଦିର ପରିସରରୁ ପୂଜକଙ୍କୁ ୨୦୨୨ରେ ବିସ୍ଥାପିତ କଲେ । ନୂଆ ସ୍ଥାନରେ ଜାଗା ବି ଦେଲେ । ଆଉ ଏହି ଜାଗାରେ ଏବେ ଘର ତିଆରି ସରିଲାଣି, ହେଲେ ପ୍ରତିଶ୍ରୃତି ମୁତାବକ ପୂଜକଙ୍କୁ ପଟ୍ଟା ମିଳିଲାନି, ଯାହାକୁ ନେଇ ଆଶଙ୍କାରେ ଅଛନ୍ତି ପୂଜକ । ପଟ୍ଟା ପାଇଁ ଏ ଅଫିସରୁ ସେ ଅଫିସ ଧାଇଁ ଧାଇଁ ନୟାନ୍ତ ବି ହେଲେଣି ।

Advertisment

ସମଲେଶ୍ବରୀ ମନ୍ଦିରରେ ମାଆଙ୍କ ପୂଜା ପାଇଁ (ଆଲଫା) ମନ୍ଦିର ଭିତରେ ରହୁଥିବା ୨୯ ଜଣ ପୂଜାରୀଙ୍କୁ ବିସ୍ଥାପିତ କରାଯାଇ ଥଇଥାନ କରାଯାଇଛି।  ପୂଜକ ଘର କରି ପ୍ରାୟ ୨ ବର୍ଷ ହେଲା ରହିଲେଣି  । କିନ୍ତୁ ପ୍ରଶାସନ ଜମି ପଟ୍ଟା ପ୍ରଦାନ ନେଇ ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ଆଣିଛନ୍ତି ପୂଜକ । ପୂଜକଙ୍କ ପ୍ରତିନିଧି ଦଳ ଜିଲ୍ଲାପାଳ, ଓ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ ବି କିଛି ଫଳ ମିଳିନାହିଁ ।

ଏବେ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବାକୁ ନିଷ୍ପତ୍ତି ନେଇଛନ୍ତି ପୂଜକ ।