ପଣ୍ଡିତଙ୍କ ମନ୍ତ୍ରୋଚାରଣଙ୍କ ସାଙ୍ଗକୁ ହୋମଯଜ୍ଞ ଓ ଚଣ୍ଡୀପାଠରେ କମ୍ପୁଛି ସମଲେଇ ପୀଠ । ପଶ୍ଚିମ ଓଡ଼ିଶାର ୧୧ଜିଲ୍ଲାରୁ ଆସିଥିବା ପଣ୍ଡିତ ସାମିଲ

90

କନକ ବ୍ୟୁରୋ : ସମଲେଇ ମନ୍ଦିର ଯଜ୍ଞ କୁଣ୍ଡରେ ଆଜି ପୁଣି ଆରମ୍ଭ ହୋଇଛି ହୋମଯଜ୍ଞ ଓ ଚଣ୍ଡିପାଠ । ୧୧ଟି ଜିଲ୍ଲାରୁ ୩୦ଜଣ ପୂଜକ ଏହି ପୂଜାପାଠରେ ଲାଗିଛନ୍ତି । ପୁରୋହିତଙ୍କ ମନ୍ତ୍ରୋଚାରଣରେ କମ୍ପୁଛି ପରିବେଶ । ଗତକାଲିଠାରୁ ଆରମ୍ଭ ହୋଇଛି ଯଜ୍ଞ । ୩୧ରେ ଯଜ୍ଞର ପୂର୍ଣ୍ଣାହୁତି ହେବ । ତେବେ ୩୦ତାରିଖ ପରେ ସାଧାରଣ ଶ୍ରଦ୍ଧାଳୁ ସମଲେଇ ପ୍ରକଳ୍ପ ବୁଲି ଭିନ୍ନ ଭିନ୍ନ ଅନୁଭୂତି ସାଉଁଟି ପାରିବେ । ଆସନ୍ତା ୩୧ରେ ଯଜ୍ଞର ପୂର୍ଣ୍ଣାହୁତି ହେବ । ଗତକାଲି ଏହି ଭବ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୋହିତଙ୍କ ମନ୍ତ୍ରୋଚାରଣ ଓ ଚଣ୍ଡୀପାଠ ଭିତରେ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ନବୀନ ।