କନକ ବ୍ୟୁରୋ: ଆଜି ସକାଳ ୮ଟାରୁ ୫ଟି ରାଜ୍ୟରେ ବିଧାନସଭା ଆସନ ନେଇ ଭୋଟ ଗଣତି ଜାରି ରହିଛି । ହେଲେ ଆରମ୍ଭରୁ ହିଁ ବାରାଣସିରେ ଦେଖାଦେଇଛି ବିବାଦ । ଭୋଟ ପାଇଁ ବ୍ୟବହୃତ ଇଭିଏମ ମେସିନରେ ଅନିୟମିତତାକୁ ନେଇ ବାରାଣସୀରେ ବିବାଦୀୟ ପରିସ୍ଥିତିି ଦେଖାଦେଇଛି । ବାରାଣସି ସମେତ ଅନ୍ୟ କିଛି ଅଞ୍ଚଳରେ ଇଭିଏମସ ବ୍ୟାଲାଟ ପେପର କିଛି ସନ୍ଦିଗ୍ଧ ସ୍ଥାନରୁ ମିଳିଥିବା ଅଭିଯୋଗ କରିଛନ୍ତି ସମାଜବାଦୀ ପାର୍ଟି କର୍ମକର୍ତ୍ତା । ଏହାକୁ ନେଇ ପ୍ରଦର୍ଶନ କରିଛନ୍ତି ଦଳୀୟ କର୍ମୀ ।
ବ୍ୟାଲାଟ ପେପର ଓ ଇଭିଏମ ମେସିନରେ ହେରଫେର ହୋଇଥିବାନେଇ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଅନ୍ୟପଟେ ଭୋଟ ଗଣତିରେ ନିରପେକ୍ଷ ନୀତି ଅନୁସରଣ କରିବାକୁ ସବୁ ରାଜ୍ୟ ସରକାରଙ୍କୁ ଓ ଅଧିକାରୀଙ୍କୁ ଅପିଲ କରିଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/2-16.jpg)