ଆଉ ୫ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ସମାଜବାଦୀ ପାର୍ଟି । ବରେଲିରୁ ମଙ୍ଗ ଧରିବେ ଭଗବତ ଶରଣ ଗଙ୍ଗୱାର

118

କନକ ବ୍ୟୁରୋ: ଆଉ ୫ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ସମାଜବାଦୀ ପାର୍ଟି । ଉତରପ୍ରଦେଶର ମୁରାଦାବାଦ ଆସନରୁ ନାସିର କୁରୈସୀ, ବରେଲିରୁ ଭଗବତ ଶରଣ ଗଙ୍ଗୱାର , ଉନ୍ନାଓରୁ ପୂଜା ପାଲ. ଝାନ୍ସିରୁ ଶ୍ୟାମ ସୁନ୍ଦର ଯାଦବ ଏବଂ କୁଶୀନଗରରୁ ନଥୁନୀ ପ୍ରସାଦ କୁଶବାହାଙ୍କୁ ପ୍ରାର୍ଥୀ କରିଛି ଦଳ ।

ଏଠାରେ ଆମେ କହି ରଖୁଛୁ କି, ଘୋଷଣା ହୋଇଥିବା ଏହି ୫ଟି ଆସନରୁ ସପା-ବସପା-ରାଲୋଦ ଗଠବନ୍ଧନ ଅବସରରେ ସପାର କୋଟାରେ ଆସିଥିଲା । ଏହି ସମସ୍ତ ଆସନରେ ନିର୍ବାଚନ ଲଢେଇ ରୋଚକ ହେବ ବୋଲି ସ୍ପଷ୍ଟ ପ୍ରତିଫଳିତ ହେଉଛି । କାହିଁକି ନା ବରେଲିରୁ ମୋଦି ସରକାରଙ୍କ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ବିଜେପି ଟିକେଟ ଦେଇଛି । ଯେବେକି କଂଗ୍ରେସ ପକ୍ଷରୁ ପ୍ରବିଣ ସିଂହ ଏରନ ମୈଦାନକୁ ଓହ୍ଲାଇଛନ୍ତି । ଏହାବ୍ୟତୀତ କୁୁଶୀନଗର ଆସନରୁ ବିଜେପି ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛି । ଏଠାରୁ ବିଜୟ ଦୁବେଙ୍କୁ ପାର୍ଟି ଟିକେଟ ଦେଇଥିବା ବେଳେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢିବେ ଆର.ପିଏନ ସିଂହ ।

 

image courtesy – en.wikipedia.org

ସେହିପରି ମୁରାଦାବାଦରେ କଂଗ୍ରେସ ଶାୟର ଇମରାନ ପ୍ରତାପଗଡି ଏବଂ ବିଜେପି ସର୍ବେଶ କୁମାର ସିଂହଙ୍କୁ ପ୍ରାର୍ଥୀ କରିଛି । ଉନ୍ନାଓ ଆସନରୁ ବିଜେପି ବର୍ତମାନର ସାଂସଦ ସାକ୍ଷୀ ମହାରାଜଙ୍କୁ ପୁଣି ଥରେ ଟିକେଟ ଦେଇଛି । ବିଜେପିକୁ ମାତ୍ ଦେବା ପାଇଁ କଂଗ୍ରେସ ଅନୁ ଟଣ୍ଡନଙ୍କୁ ଏଠାରେ ପ୍ରାର୍ଥୀ କରିଛି । ତେବେ ଝାନ୍ସି ନିର୍ବାଚନ ମଣ୍ଡଳୀ ପାଇଁ ଏଯାବତ ଉଭୟ ବିଜେପି ଏବଂ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ ।

ବର୍ତ୍ତମାନ ସୁଦ୍ଧା ସପା ନିଜ କୋଟାର ୨୬ ଆସନରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଆଜମଗଡ ଆସନରୁ ଅଖିଳେଶ ଯାଦବ, ମେନପୁରୀରୁ ମୁଲାୟମ ସିଂହ ଯାଦବ, ବଦାୟୁରୁ ଧର୍ମେନ୍ଦ୍ର ଯାଦବ, କନ୍ନୋଜରୁ ଡିମ୍ପଲ ଯାଦବ ଏବଂ ଫିରୋଜାବାଦରୁ ଅକ୍ଷୟ ଯାଦବଙ୍କପ ପ୍ରାର୍ଥୀ କରିଛି ।