ପାରିବାରିକ ବିବାଦ ପରେ ଗୋଟିଏ ମଂଚରେ ସମାଜବାଦୀ ପାର୍ଟିର ତୁଙ୍ଗ ନେତା : ସାମିଲ ହେଲେ ବିକାଶ ରଥଯାତ୍ରାରେ

ପାରିବାରିକ ବିବାଦ ପରେ ଗୋଟିଏ ମଂଚରେ ସମାଜବାଦୀ ପାର୍ଟିର ତୁଙ୍ଗ ନେତା : ସାମିଲ ହେଲେ  ବିକାଶ ରଥଯାତ୍ରାରେ

କନକ ବ୍ୟୁରୋ : ପାରିବାରିକ ବିବାଦ ପରେ ପୁଣି ଗୋଟିଏ ମଂଚରେ ମୁଲାୟମ, ଅଖିଲେଶ ଓ ଶିବପାଲ । ଉତରପ୍ରଦେଶରେ ଆରମ୍ଭ ହୋଇଥିବା ବିକାଶ ରଥଯାତ୍ରାରେ ଏକାଠି ହୋଇଛନ୍ତି ସମାଜବାଦୀ ପାର୍ଟିର ତୁଙ୍ଗ ନେତାମାନେ । ଅଖିଲେଶ ଓ ଶିବପାଳଙ୍କ ଭିତରେ ବିବାଦ ଗତ କିଛି ଦିନ ଧରି ଖାଲି ଉତରପ୍ରଦେଶ ନୁହେଁ ଜାତୀୟ ରାଜନୀତିକୁ ସରଗରମ କରି ରଖିଥିବା ବେଳେ ବିଭିନ୍ନ ସମୟରେ ତାଳିପକା ପାଇଁ ଉଦ୍ୟମ କରିଛନ୍ତି ଦଳୀୟ ସୁପ୍ରିମୋ ମୁଲାୟମ ସିଂହ ଯାଦବ ।

ଦାଦା, ପୁତୁରାଙ୍କ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ବିଭିନ୍ନ ସମୟରେ ଗଣମାଧ୍ୟମ ସମ୍ମୁଖରେ ଏମାନେ ଏକାଠି ହୋଇଛନ୍ତି ବୋଲି ଦେଖାଇଛନ୍ତି । ଏବେ ବିକାଶ ରଥ ଯାତ୍ରାରେ ପୁଣି ଏମାନେ ଏକାଠି ନଜର ଆସିବା ଜାତୀୟ ରାଜନୀତିରେ ଏକ ନୂଆ ସମୀକରଣର ସୁତ୍ରପାତ୍ର ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe