କନକ ବ୍ୟୁରୋ : ପାରିବାରିକ ବିବାଦ ପରେ ପୁଣି ଗୋଟିଏ ମଂଚରେ ମୁଲାୟମ, ଅଖିଲେଶ ଓ ଶିବପାଲ । ଉତରପ୍ରଦେଶରେ ଆରମ୍ଭ ହୋଇଥିବା ବିକାଶ ରଥଯାତ୍ରାରେ ଏକାଠି ହୋଇଛନ୍ତି ସମାଜବାଦୀ ପାର୍ଟିର ତୁଙ୍ଗ ନେତାମାନେ । ଅଖିଲେଶ ଓ ଶିବପାଳଙ୍କ ଭିତରେ ବିବାଦ ଗତ କିଛି ଦିନ ଧରି ଖାଲି ଉତରପ୍ରଦେଶ ନୁହେଁ ଜାତୀୟ ରାଜନୀତିକୁ ସରଗରମ କରି ରଖିଥିବା ବେଳେ ବିଭିନ୍ନ ସମୟରେ ତାଳିପକା ପାଇଁ ଉଦ୍ୟମ କରିଛନ୍ତି ଦଳୀୟ ସୁପ୍ରିମୋ ମୁଲାୟମ ସିଂହ ଯାଦବ ।
ଦାଦା, ପୁତୁରାଙ୍କ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ବିଭିନ୍ନ ସମୟରେ ଗଣମାଧ୍ୟମ ସମ୍ମୁଖରେ ଏମାନେ ଏକାଠି ହୋଇଛନ୍ତି ବୋଲି ଦେଖାଇଛନ୍ତି । ଏବେ ବିକାଶ ରଥ ଯାତ୍ରାରେ ପୁଣି ଏମାନେ ଏକାଠି ନଜର ଆସିବା ଜାତୀୟ ରାଜନୀତିରେ ଏକ ନୂଆ ସମୀକରଣର ସୁତ୍ରପାତ୍ର ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/vlcsnap-2016-11-03-11h03m59s969.png)