ବଦଳିଗଲା ଉତ୍ତର ପ୍ରଦେଶର ସମିକରଣ । ଏବେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ହେଲା ଆସନ ବୁଝାମଣା

282

କନକ ବ୍ୟୁରୋ : ଆଗକୁ ୨୦୨୪ ଲୋକସଭା ନିର୍ବାଚନ । ଏହି କ୍ରମରେ ଉତ୍ତର ପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବୁଝାମଣାକୁ ନେଇ ଲାଗିଥିବା କନ୍ଦଳ ଥମିଛି । ଆସନ ଭାଗବଣ୍ଟାକୁ ନେଇ ଉଭୟ ଦଳ ମଧ୍ୟରେ ସହମତି ପ୍ରକାଶ ପାଇଛି । ସମାଜବାଦୀ ପାର୍ଟି କଂଗ୍ରେସକୁ ବାରଣାସୀ ଓ ପ୍ରୟାଗରାଜ ଆସନ ସହ ମୋଟ ୧୭ ଟି ଆସନ ଛାଡିବାକୁ ରାଜି ହୋଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବ ।

ମେଣ୍ଟ ନେଇ ଅଖିଳେଶ କହିଛନ୍ତି କି, ଯଦି ଆରମ୍ଭ ଭଲ ହେବ ତେବେ ଶେଷ ବି ଭଲ ହେବ । ଏହାସହ କଂଗ୍ରେସ ସହ ମେଣ୍ଟ ହେବ । ଏନେଇ ଆଗାମୀ କିଛି ଘଣ୍ଟା ମଧ୍ୟରେ ସମସ୍ତ ଚିତ୍ର ସ୍ପଷ୍ଟ ହୋଇଯିବ ।