ମୋଦିଙ୍କୁ ତେରଚ୍ଛା ତୀର ମାରିଲେ ଅଖିଲେଶ୍ ! କହିଲେ , ଚା’ବାଲା ଦେଶକୁ ଖରାପ ଚା’ ପିଆଇଦେଲେ ।

140

ସମାଜବାଦୀ ପାର୍ଟି (ସପା) ର ଅଧ୍ୟକ୍ଷ ଅଖିଲେଶ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ନନେଇ ଗୁରୁବାର ତାଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ,ଯଦି ଚୌକିଦାର ଚା ବାଲା ତେବେ ଆମେ ମଧ୍ୟ କ୍ଷୀର ବାଲା ଏବଂ ବିନା ଭଲ କ୍ଷୀରରେ କେବେ ଭଲ ଚା’ ପ୍ରସ୍ତୁତ ହୋଇପାରିବ ନାହିଁ । ସେ କହିଥିଲେ, ଚୌକିଦାର ଦେଶକୁ ଖରାପ ଚା’ ପିଆଇଛନ୍ତି ଏବଂ ତାଙ୍କ ହସ୍ତକ୍ଷେପ ବିନା ଏବେ କିଛି ହୋଇପାରିବ ନାହିଁ । ସପା ଅଧ୍ୟକ୍ଷ ଅଖିଲେଶ ଯାଦବ ଗୁରୁବାର କହିଥିଲେ , ୨୦୧୪ ରେ ଜନତା ଚା’ବାଲା ଉପରେ ବିଶ୍ୱାସ କରିଥିଲେ ,କିନ୍ତୁ ଚା’ ସେତେ ଭଲ ଲାଗିନଥିଲା । ଚୌକିଦାର ଦେଶକୁ ଖରାପ ଚା’ ପିଆଇଛନ୍ତି । କାରଣ ବିନା କ୍ଷୀରରେ ଭଲ ଚା’ ପ୍ରସ୍ତୁତ ହୋଇପାରିବ ନାହିଁ ।

ସେ କହିଥିଲେ , ଚୌକିଦାର ଦେଶର ଯୁବକଙ୍କ ଚାକିରୀ ଚୋରାଇ ନେଲେ । ଚୌକିଦାର ଜନତାଙ୍କ ଟଙ୍କାକୁ ବ୍ୟାଙ୍କ୍ ରେ ଜମା କରାଇଦେଲେ । ସେଠାରୁ ଜନତାଙ୍କ ଟଙ୍କା ଧନୀଶ୍ରେଣୀର ଲୋକମାନେ ନେଇ ପଳାଇଲେ । ବିଜେପି ଆମ ଯବାନମାନଙ୍କର ଏଭଳି ସ୍ଥିିତି କରିଦେଇଛି ଯାହା ପରେ ସେମାନେ ସ୍ୱପ୍ନ ବି ଦେଖିପାରିବେ ନାହିଁ । ବିଜେପି ନୂଆ ଭାରତର କଥା କହୁଛି କିନ୍ତୁ ନୂଆ ଭାରତ ସେତେବେଳେ ହେବ ଯେତେବେଳେ ନୂଆ ପ୍ରଧାନମନ୍ତ୍ରୀ ଭାରତକୁ ଆସିବେ । ସେ କହିଥିଲେ , ସପା,ବସପା ଏବଂ ରାଲୋଦ୍ ତଥା ଏହି ତିନିଦଳର ଗଠବନ୍ଧନରେ ବିଜେପି ମହାମିଲାୱଟ୍ କହୁଛି । ତେବେ ଆପଣ ହିଁ କୁହନ୍ତୁ ୩୮ ଟି ଦଳର ଗଠବନ୍ଧନକୁ ଆପଣ କହିବେ କ’ଣ? ବିଜେପି ସମସ୍ତଙ୍କୁ କେବଳ ସ୍ୱପ୍ନ ଦେଖାଇବା ଭଳି କାମ କରିଛି କିନ୍ତୁ କାମ କିଛି କରିନାହିଁ । କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା କଥା କହି ତାହାକୁ ପୂରଣ କରିନଥିଲେ । ଦୁଇକୋଟି ଲୋକଙ୍କୁ ରୋଜଗାର ଦେବା କଥା କହି ତାହାକୁ ମଧ୍ୟ ପୁରଣ କରିନାହାନ୍ତି ।