୬,୬,୬,୬,୬,୬,୬,୬ ।  ଗୋଟିଏ ଓଭରରେ ବ୍ୟାଟ୍ସମ୍ୟାନ୍ ମାରିଲେ ୮ ଛକା । 

413

କନକ ବ୍ୟୁରୋ: ଗୋଟିଏ ଓଭରରେ ଜଣେ ବ୍ୟାଟ୍ସମ୍ୟାନ୍ ମାରିଲେ ୮ ଛକା ସହ ୫୦ ରନ୍ । କଥାଟି ଆପଣଙ୍କୁ ଆଶ୍ଚଯ୍ୟ ଲାଗୁ ଥାଇପାରେ । ହେଲେ କଥାଟି କିନ୍ତୁ ପୂରାପୁରି ସତ । ଅଷ୍ଟ୍ରେଲିଆର ଜଣେ ବ୍ୟାଟ୍ସମ୍ୟାନଙ୍କ ଏହି କରାମତି ଏବେ ତାଙ୍କୁ ସାରା ବିଶ୍ୱରେ ଚର୍ଚ୍ଚିତ କରିଛି । ତେବେ ଏହି ଖେଳାଳିଙ୍କ ନାଁ ହେଉଛି ସାମ୍ ହାରିସନ୍ ।

ସାମ୍ ହାରିସନ୍, ଏକ ମ୍ୟାଚରେ ବ୍ୟାଟିଂ କରିବା ସହିତ ଗୋଟିଏ ଓଭରରେ ୫୦ ରନ୍ ମାରିଛନ୍ତି । ଖାଲି ସେତିକି ନୁହେଁ ଏହି ଓଭରରେ ସେ ମୋଟ୍ ୮ଟି ଛକା ମାରିଥିଲେ । ଯେଉଁଥିରେ ଦୁଇଟି ନୋ ବଲ୍ ସାମିଲ ଥିଲା । ମ୍ୟାଚର ୩୯ ତମ ଓଭରରେ ସେ ଏହି ରେକର୍ଡ ହାସଲ କରିଥିଲେ ।  ୩୯ ଓଭର ବେଳକୁ ସାମ୍ ୮୦ ରନରେ ବ୍ୟାଟିଂ କରୁଥିଲେ । ତେବେ ୪୦ ଓଭରରେ ସେ ଧୂଆଁଧାର ୨୨ ରନ୍ କରିବା ସହିତ ନିଜର ଶତକ ପୂରଣ କରିଥିଲେ । ତେବେ ୪୦ ଓଭରରେ ତାଙ୍କ ଦଳ ମୋଟ ୨୭୬ ରନ୍ ହାସଲ କରିଥିଲା । ଯେଉଁଥିରେ ସାମଙ୍କ ଦମଦାର ଶତକ ମଧ୍ୟ ସାମିଲ ଥିଲା ।

ସୂଚନାଯୋଗ୍ୟ ଯେ, ନ୍ୟୁଜିଲାଣ୍ଡର କ୍ରିକେଟର ରବର୍ଟ ଭାନସ୍ ଏହି ରେକର୍ଡରେ ସବୁଠୁ ଆଗରେ ରହିଛନ୍ତି । ୧୯୯୦ ମସିହାରେ ସେ ଗୋଟିଏ ମ୍ୟାଚରେ ଗୋଟିଏ ଓଭରରୁ ୭୭ ରନ୍ ସଂଗ୍ରହ କରିଥିଲେ । ଯାହା ଆଜି ବି ଏକ ଅଭଙ୍ଗା ରେକର୍ଡ ହୋଇ ରହିଛି ।