କନକ ବ୍ୟୁରୋ : ଆଇପିଏଲ ଇତିହାସରେ ନୂଆ ରେକର୍ଡ କଲେ ଇଂଲଣ୍ଡର ସାମ କୁରାନ । ସର୍ବାଧିକ ୧୮.୫୦ କୋଟି ଟଙ୍କାରେ ସାମ୍ କୁରାନଙ୍କୁ ଦଳରେ ସାମିଲ କଲା ପଞ୍ଜାବ କିଙ୍ଗସ । ଶେଷ ପର୍ଯ୍ୟନ୍ତ ସାମ କୁରାନଙ୍କୁ କିଣିବାକୁ ବିଭିନ୍ନ ଫ୍ରାଞ୍ଚାଇଜ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲେ ମଧ୍ୟ ପଞ୍ଜାବ ସାମ କୁରାନଙ୍କୁ ଦଳରେ ସାମିଲ କରିବାରେ ସଫଳ ହୋଇଛି । ଏହାସହ ମିନି ନିଲାମୀରେ ଏବେ ସୁଦ୍ଧା ଇଂଲଣ୍ଡର ଦୁଇ କ୍ରିକେଟର ୧୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି ।
ଆଉ ଏହା ଭିତରେ ଇଂଲଣ୍ଡର ଖେଳାଳୀ ହ୍ୟାରୀ ବ୍ରୁକଙ୍କୁ ୧୩.୨୫ କୋଟି ଟଙ୍କାରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ । ହ୍ୟାରୀଙ୍କର ବେସ୍ ପ୍ରାଇସ ୧.୫ କୋଟି ଥିବା ବେଳେ ପ୍ରଥମେ ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା । କିନ୍ତୁ ଶେଷରେ ହାଇଦ୍ରାବାଦ ଏହି ରେସରେ ସାମିଲ ହେବା ସହ ହ୍ୟାରୀଙ୍କୁ ଦଳରେ ସାମିଲ କରିଥିଲା । ସେହିଭଳି ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ୮.୨୫ କୋଟି ଟଙ୍କାରେ କିଣିଛି ହାଇଦ୍ରାବାଦ ।
ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଥିବା କେନ୍ ୱିଲିୟମସନଙ୍କୁ ବେସ୍ ପ୍ରାଇସ୍ ୨ କୋଟି ଟଙ୍କାରେ କିଣିଛି ଗୁଜୁରାଟ ଟାଇଟନ୍ସ । ସେହିଭଳି ରାହାଣେଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ସେହିଭଳି ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟଙ୍କୁ ପ୍ରଥମ ନିଲାମୀରେ କୌଣସି ଫ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/9f8b16c8f3214ffeacd0f50fbe4a91ac.jpg)