କନକ ବ୍ୟୁରୋ: ରିଲିଜ ଅପେକ୍ଷାରେ ଥିବା ଭିକି କୌଶଲଙ୍କ ଆଗମୀ ସିନେମା ସାମ୍ ବାହାଦୂରର ନୂଆ ଗୀତ ରିଲିଜ ହୋଇଛି । ଶଙ୍କର ମହାଦେବନ, ବିଶାଳ ଦଦଲାନୀ, ଦିବ୍ୟା କୁମାର ଏହି ଗୀତର କଣ୍ଠଦାନ କରିଛନ୍ତି । ସେନାଧିକାରୀଙ୍କ ଭୂମିକାରେ ଭିକିଙ୍କ ରୋଲ ବେଶ ଚ୍ୟାଲେଂଜି ରହିଛି । ମେଘନା ଗୁଜରାଲଙ୍କ ନିର୍ଦ୍ଦେଶିତ ସାମ ବାହାଦୂର ଡିସେମ୍ବର ୧ରେ ବଡ ପରଦାକୁ ଆସିବ ।

ଏହି ଗୀତରେ ଦେଶାତ୍ମବୋଧ ଭରି ରହିଥିବା ବେଳେ ଦର୍ଶକ ଏହି ଗୀତଟିକୁ ବେଶ ପସନ୍ଦ କରିଛନ୍ତି । ରିଲିଜ୍ ହେବାର ମାତ୍ର କେଇ ଘଂଟାରେ ଏହି ଗୀତଟିକୁ ୧ମିଲିୟନ ଲୋକ ଦେଖିସାରିଲେଣି । କିଛି ଦିନ ପୂର୍ବରୁ ଏହାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଦର୍ଶକ ଏହାକୁ ବେଶ ପସନ୍ଦ କରିଥିଲେ । ୧୯୭୧ ଭାରତ ପାକିସ୍ଥାନ-ଯୁଦ୍ଧର ହିରୋ ତଥା ତକ୍ରାଳୀନ ସ୍ଥଳସେନା ମୁଖ୍ୟ ଫିଲ୍ଡ ମାର୍ଶଲ ସାମ୍ ମାନେସ୍କାଙ୍କ ଜୀବନକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘ସାମ ବାହାଦୂର’ । ଗୀତ ମାଧ୍ୟମରେ ଦିବଗଂତ ସାମ ମାନେସ୍କା ଯୁଦ୍ଧରେ ସାମିଲ ହୋଇଥିବା ସାଥି ଯବାନଙ୍କ ମନୋବଳ ବଢାଉଥିବା ଦେଖିବାକୁ ମିଳିଛି ।

ଏହି ଫିଲ୍ମରେ ଭିକି କୌଶଲ ଫିଲ୍ଡ ମାର୍ଶଲ ସାମ ମାନେସ୍କାଙ୍କ ଚରିତ୍ରରେ ନଜର ଆସିଛନ୍ତି । ସେହପରି ଅଭିନେତ୍ରୀ ଫାତିମା ସାନା ଶେଖ ଫିଲ୍ମରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ନିଭାଇଥିବା ବେଳେ ସାନିଆ ମାଲହୋତ୍ରା ସାମ ମାନେସ୍କାଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି । ସାମ ମାନେସ୍କାଙ୍କ ନେତୃତ୍ୱରେ କିପରି ୧୯୭୧ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ଧୂଳି ଚଟାଇ ଶତ୍ରୁ ଛାତି ଉପରେ ତ୍ରିରଙ୍ଗା ଉଡାଇଥିଲେ ସେ ସବୁକୁ ଫିଲ୍ମରେ ଚିତ୍ରଣ କରାଯାଇଛି । ମେଘନା ଗୁଲଜାର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଡିସେମ୍ବର ୧ରେ ‘ସାମ ବାହାଦୂର’ ପରଦାକୁ ଆସିବାକୁ ଥିବା ବେଳେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍କଣ୍ଠା ଦେଖିବାକୁ ମିଳିଛି ।