କନକ ବ୍ୟୁରୋ : ସାଲୁଗା ପ୍ରଧାନ ହେଲେ ବିଧାନସଭାର ନୂଆ ଉପ-ବାଚସ୍ପତି । ସାଲୁଗା ପ୍ରଧାନ ନିଦ୍ୱନ୍ଦ୍ୱରେ ବିଧାନସଭାର ଉପ-ବାଚସ୍ପତି ଭାବେ ନିର୍ବାଚିତ । ନୂଆ ଉପ-ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ । ସେହିଭଳି ଉପ-ବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ସମସ୍ତ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଲୁଗା ପ୍ରଧାନ । ଗତକାଲି ଉପ-ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ ସାଲୁଗା ପ୍ରଧାନ । ନିଦ୍ୱନ୍ଦ୍ୱରେ ଉପ-ବାଚସ୍ପତିଙ୍କୁ ନିର୍ବାଚିତ କରିଥିବାରୁ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଜି-ଉଦୟଗିରିର ବିଧାୟକ ହେଉଛନ୍ତି ସାଲୁଗା ପ୍ରଧାନ । ଏହାପୂର୍ବରୁ ଉପ-ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂ । ପରେ ଉପ-ବାଚସ୍ପତି ପ୍ରାର୍ଥୀ ଭାବେ ସାଲୁଗା ପ୍ରଧାନଙ୍କ ନାଁ ଘୋଷଣା କରିଥିଲା ବିଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/Screen-Shot-2023-11-21-at-9.47.56-AM.jpg)