ସମୁଦ୍ରର ଲୁଣିଆ ପାଣିରେ ମିଶୁଛି ନଦୀର ମିଠା ଜଳ । ବାତ୍ୟା ‘ଜୱାଦ’ ପରେ ସମୁଦ୍ରରେ ମିଶୁଛି ଋଷିକୂଲ୍ୟାର ବନ୍ୟାଜଳ 

261

କନକ ବ୍ୟୁରୋ : ସମୁଦ୍ରର ଲୁଣିଆ ପାଣିରେ ମିଶୁଛି ନଦୀର ମିଠା ଜଳ । ବାତ୍ୟା ‘ଜୱାଦ’ ପରେ ରୁଷିକୂଲ୍ୟାର ବନ୍ୟା ଜଳ ବଙ୍ଗୋପ ସାଗରେ ମିଶିଛି । ନଦୀ ଓ ସମୁଦ୍ରର ପାଣିର ଦୁଇ ରଙ୍ଗ ବେଶ ଆକର୍ଷଣୀୟ ହୋଇଛି । ବାତ୍ୟା ‘ଜୱାଦ’ ପରେ ଗଂଜାମ ମୁହାଣରେ ବଙ୍ଗୋପସାଗରରେ ରୁଷିକୁଲ୍ୟା ନଦୀ ମିଶିବାର ଦୃଶ୍ୟ ବେଶ ରୋମାଂଚକର ହୋଇଛି । ସମୁଦ୍ରର ନୀଳ ପାଣିରେ ରୁଷିକଲ୍ୟା ନଦୀର ଜଳ ମିଶିବା ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ଏହି ଦୃଶ୍ୟ କ୍ୟାମେରାରେ କଏଦ ହେଲା ପରେ ପ୍ରକୃତିର ନିଆରା ସୌନ୍ଦର୍ଯ୍ୟ ଦେଖିବାର ସୁୟୋଗ ମିଳିଛି । ବ୍ରହ୍ମପୁର ଡିଏଫଓ ନିଜ ଟ୍ୱିଟର ଆକାଉଂଟରେ ଏହି ଦୃଶ୍ୟକୁ ଅପଲୋଡ କରିଛନ୍ତି ।