ସେଲୁନ ଭିତରେ ଲାଇବ୍ରେରୀ । ଅର୍ଥାଭାବରୁ ସେ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢିଥିଲେ । କିନ୍ତୁ ଏବେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେଲୁନ ଭିତରେ ଲାଇବ୍ରେରୀ ଖୋଲି ତାମିଲନାଡୁର ପୋନମାରିଆପ୍ପନ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଶିକ୍ଷା ପ୍ରତି ତାଙ୍କର ଥିବା ଦୁର୍ବଳତା ପାଇଁ ସେ ନିଜ ସେଲୁନ୍ ରେ ଲାଇବ୍ରେରୀ ଖୋଲିଛନ୍ତି । ଯାହା ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Advertisment

publive-image

ନିଜେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିଲେ ମଧ୍ୟ ସେ ଜାଣିଛନ୍ତି ପ୍ରକୃତ ଜ୍ଞାନ ପୁସ୍ତକରୁ ହିଁ ମିଳେ। ଆଉ ଏହି ଚିନ୍ତାଧାରା ନେଇ ସେ ନିଜ ସେଲୁନ୍ ଲାଇବ୍ରେରୀରେ ପୁସ୍ତକ ସଂଖ୍ୟା ବୃଦ୍ଧି କରିଚାଲିଛନ୍ତି। ହେୟାର ଡ୍ରେସର୍ ୩୮ ବର୍ଷୀୟ ପି. ପୋନମାରିଆପ୍ପନ ପରିବାରର ଗରିବୀ ଯୋଗୁଁ ଅଷ୍ଟମ ଶ୍ରେଣୀ ଯାଏଁ ପଢ଼ିଥିଲେ। ସେବେଠାରୁ ସେ କାମ କରିବା ଆରମ୍ଭ କରିଛନ୍ତି । ହେଲେ ସେଲୁନ୍ କରି ପେଟ ପୋଷୁଥିବା ପୋନମାରିଆପ୍ପନ ନିଜ ଦୋକାନରେ ୮ ଶହରୁ ଅଧିକ ପୁସ୍ତକ ରଖିଛନ୍ତି । publive-image

ତାଙ୍କ ଦୋକାନକୁ ଆସୁଥିବା ଲୋକମାନେ ଚୁଟି କାଟିବା ସହ ବହି ଗୁଡ଼ିକୁ ମଧ୍ୟ ପଢ଼ିଥାଆନ୍ତି । ଅନେକ ପ୍ରସିଦ୍ଧ ତାମିଲ ଲେଖକଙ୍କର ବହିକୁ ସେ ନିଜର ଛୋଟ ଲାଇବ୍ରେରୀରେ ସାଇତି ରଖିଛନ୍ତି । ଏଥିସହ ପୋନମାରିଆପ୍ପନ ତାଙ୍କ ସେଲୁନ କମ ଲାଇବ୍ରେରୀରେ ବହି ପଢ଼ୁଥିବା ଲୋକଙ୍କୁ ଚୁଟି କାଟିବା ସମୟରେ ୩୦% ଡିସକାଉଣ୍ଟ ମଧ୍ୟ ଦେଉଛନ୍ତି । ୬ ବର୍ଷ ତଳେ ୨୫୦ ଖଣ୍ଡ ପୁସ୍ତକରୁ ଆରମ୍ଭ ହୋଇଥିବା ଏହି ସେଲୁନ୍ ଲାଇବ୍ରେରୀରେ ଏବେ ୮୫୦ ଖଣ୍ଡ ବହି ରହିଛି । ଏହି ଅଭିନବ ପ୍ରୟାସ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ସମ୍ମାନିତ ଓ ପୁରସ୍କୃତ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି, ବହୁ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ଏହି ନିଆରା ଲାଇବ୍ରେରୀକୁ ପୁସ୍ତକ ଦାନ କରିଛନ୍ତି। ନିକଟରେ ତୁତିକରନ ସାଂସଦ କାନିମୋଝି ମଧ୍ୟ ଏହି ଲାଇବ୍ରେରୀକୁ ୫୦ ଖଣ୍ଡ ବହି ଦେଇଛନ୍ତି ।publive-image