କନକ ବ୍ୟୁରୋ : ଆଇସୋଲେସନରେ ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ । ସଲମାନଙ୍କ ଦୁଇ ଜଣ କର୍ମଚାରୀଙ୍କୁ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ପରେ ନିଜକୁ ସଂଗରୋଧରେ ରଖିଛନ୍ତି । ସଲମାନ ଏବେ ବିଗବସ୍ ୧୪ ର ସୁଟିଂ କରୁଛନ୍ତି । ଏପରି ସମୟରେ ତାଙ୍କର କର୍ମଚାରୀଙ୍କ କରୋନା ପଜିଟିଭ୍ ଆସିବା ସଲମାନଙ୍କ ଚିନ୍ତା ବଢାଇ ଦେଇଛି । ସଂଗରୋଧରେ ଥିବା ସଲମାନ ଏବେ ଆଗକୁ ଆଉ ବିଗ୍ ବସ୍ ୧୪ ର ଆଗାମୀ ଏପିସୋଡ୍ ଗୁଡିକର ସୁଟିଂରେ ଉପଲବ୍ଧ ହେବେ କି ନାହିଁ ତାକୁ ନେଇ ସନ୍ଦେହ ବଢିଛି ।
ଅନ୍ୟପଟେ ସଲମାନ୍ କରୋନା କଟକଣା କୋହଳ ପରେ ଫିଲ୍ମ ରାଧେ ର ସୁଟିଂ ଆରମ୍ଭ କରିଛନ୍ତି । ଏହି ମୁଭିରେ ତାଙ୍କ ସାଥୀରେ ନଜର ଆସୁଛନ୍ତି ଦୀଶା ପଟାନି । କରୋନା ପାଇଁ ଗତ ୩ ମାସ ଧରି ବଲିଉଡ୍ ଫିଲ୍ମ ସୁଟିଂ ପୁରା ବନ୍ଦ ରହିଥିଲା । ଏପରି ସମୟରେ ସଲମାନଙ୍କ କର୍ମଚାରୀଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସିବା ଚିନ୍ତା ବଢାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/13-21.jpg)