ବି-ଟାଉନରେ ଏବେ ଏକ ଦମଦାର ଖବରକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଆସନ୍ତା ବର୍ଷ ବଡ଼ ପରାଦାକୁ ଆସିବ ସଲମାନଙ୍କ ପ୍ରଯୋଜିତ ଓ କବୀର ଖାନ୍ଙ୍କ ନିର୍ଦ୍ଦେଶିତ ‘ଟ୍ୟୁବଲାଇଟ୍’। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି ଫିଲ୍ମରେ କିଙ୍ଗ ଖାନ୍ ଶାହାରୁଖବି ନଜର ଆସିବେ । ସେ ଏଥିରେ ଅଳ୍ପ ସମୟ ପାଇଁ ନଜର ଆସିବେ । ଏହି ଭୂମିକା ପାଇଁ ପ୍ରଥମେ ଶତ୍ରୁଘ୍ନ ସିହ୍ନାଙ୍କୁ ବଛା ଯାଇଥିଲା । ତେବେ ପରେ ଶାହରୁଖଙ୍କୁ ଚୟନ କରାଯାଇଛି । ଯଦି ଏହି ଖବରରେ ସତ୍ୟତା ରହିଥିବ ତେବେ, ପାଖାପାଖି ୧୦ ବର୍ଷର ବ୍ୟବଧାନ ପରେ ବଡ଼ ପରଦାରେ ଏକାଠି ନଜର ଆସିବେ ସଲମାନ ଓ ଶାହାରୁଖ ।
ଏହା ପୁର୍ବରୁ ସଲମାନ ଏବଂ ଶାହାରୁଖ ୨୦୦୭ରେ ରିଲିଜ୍ ହୋଇଥିବା ଫରାହ ଖାନ୍ଙ୍କ ନିର୍ଦ୍ଦେଶିତ ‘ଓମ୍ ଶାନ୍ତି ଓମ୍’ରେ ନଜର ଆସିଥିଲେ। ଏଥିରେ ଶାହରୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ସଲମାନ କେବଳ ଗୋଟିଏ ଫ୍ରେମ୍ରେ ନଜର ଆସିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/salman-shahrukhkhan759.jpg)