କନକ ବ୍ୟୁରୋ : କେମିତି ଅଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ଅନ୍ତର୍ଜାତୀୟ ଲେଖକ ସଲମାନ ରୁଶଦୀ ? ରୁଶଦୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଛି ବଡ଼ ଖବର । ନିକଟରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ରୁଶଦୀଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଛି । ଏମିତିକି ତାଙ୍କର ଗୋଟିଏ ହାତ ମଧ୍ୟ ଅଚଳ ହୋଇପଡ଼ିଛି । ଅର୍ଥାତ୍ ସେ ଏବେ ଗୋଟିଏ ହାତରେ କାମ କରିପାରିବେ । ତାଙ୍କର ଏଜେଂଟ ଏହି ସୂଚନା ଦେଇଛନ୍ତି । ରୁଶଦୀଙ୍କ ସାହିତ୍ୟ ଏଜେଂଟ ଆଣ୍ଡ୍ର୍ୟୁ ୱେଲୀ କହିଛନ୍ତି ଯେ ୭୫ ବର୍ଷୀୟ ରୁଶଦୀଙ୍କ ଆଘାତ ଅତି ଗୁରୁତର ଥିଲା । ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତାଙ୍କ ବେକରେ ତିନୋଟି ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା ।
ତାଙ୍କର ଗୋଟିଏ ହାତ ସବୁଦିନ ପାଇଁ ଅଚଳ ହୋଇପଡ଼ିଥିବା ବେଳେ ଶିରାପ୍ରସିରା ମଧ୍ୟ କଟିଯାଇଛି । ରୁଶଦୀଙ୍କ ଛାତି ଓ ଶରୀରର ଅନ୍ୟ ଅଂଶରେ ୧୫ଟି କ୍ଷତ ରହିଛି । ତେବେ ବର୍ତମାନ ରୁଶଦୀ ହସ୍ପିଟାଲରେ ଅଛନ୍ତି ନା ଘରକୁ ଫେରିଆସିଛନ୍ତି, ସେ ନେଇ ସୂଚନା ଦେଇନାହାନ୍ତି ଆଣ୍ଡ୍ର୍ୟୁ । ରୁଶଦୀ ବଂଚିଯାଇଛନ୍ତି, ତାହା ସବୁଠାରୁ ବଡ଼ କଥା ବୋଲି ସେ କହିଛନ୍ତି । ଅଗଷ୍ଟ ୧୨ ତାରିଖରେ ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଶଦୀଙ୍କ ଉପରେ ଆକ୍ରମଣ ହୋଇଥିଲା । ତାଙ୍କୁ ୧୨ଥର ଛୁରିରେ ଆକ୍ରମଣ କରାଯାଇତିଲା । ଆକ୍ରମଣରେ ଯେ ଗୁରୁତର ହୋଇପଡ଼ିଥିଲେ । ଆକ୍ରମଣକାରୀ ଜଣକ ୨୪ ବର୍ଷୀୟ ହାଦି ମତାର ବୋଲି ଜଣାପଡ଼ିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/1107407-salman.webp)