କଟକବାସୀଙ୍କୁ ପ୍ରଂଶସାରେ ପୋତି ପକାଇଲେ ସଲମାନ । କହିଲେ, ଖାଇବି କଟକର ଦହିବରା ଆଳୁଦମ

2,390

କନକ ବ୍ୟୁରୋ : ଭାଇଜାନଙ୍କ ପସନ୍ଦ କଟକ ଦହିବରା । ଏକଥା ଆମେ କହୁନୁ ବରଂ ବାରାବାଟୀ ଷ୍ଟାଡିୟମରେ ୩୫ ହଜାର ଲୋକଙ୍କ ସାମ୍ନାରେ ନିଜେ କହିଛନ୍ତି ସଲମାନ ଖାନ୍ । ହକି ବିଶ୍ୱକପ ସେଲିବ୍ରେସନରେ ଯୋଗ ଦେବାକୁ ଆସିଥିବା ସଲମାନ କଟକ ଦହିବରା ଆଳୁଦମ ଖାଇବା କଥା କହିଛନ୍ତି । କଟକ ପ୍ରସିଦ୍ଧ ଦହିବରା କାହାକୁ ବା ପସନ୍ଦ ନୁହେଁ । ଗରମ ଗରମ ଆଳୁଦମକୁ ଦହିବରାର ମଜା ଯିଏ ଖାଇଛି ସିଏ ଜାଣିଛି । ଆଉ ସେହି କଟକ ପ୍ରସିଦ୍ଧ ଦହିବରାର ସ୍ୱାଦ ଚାଖିବାକୁ ଚାହିଁଛନ୍ତି ଦବଙ୍ଗ ଖାନ । ଆଉ ଦହିବରା ଖାଇବା କଥା କହିବା ସହ କଟକବାସୀଙ୍କୁ ବେଶ ପ୍ରଂଶସା କରିଛନ୍ତି ସଲମାନ ।

ହକି ବିଶ୍ୱକପର ସେଲିବ୍ରେସନରେ ଯୋଗ ଦେବାକୁ ଆସିଥିବା ସଲମାନ ବାରବାଟୀରେ ପହଞ୍ଚିବା ପରେ କରତାଳିରେ ଫାଟି ପଡିଥିଲା ପୂରା ଷ୍ଟାଡିୟମ । ଏତ ସଂଖ୍ୟକ ପ୍ରଂଶସକଙ୍କୁ ଦେଖି ସଲମାନ ମଧ୍ୟ ଉତ୍ସାହିତ ହୋଇପଡିଥିଲେ ।ପରେ ମୁଖ୍ୟମନ୍ତ୍ରୀ ସଲମାନଙ୍କୁ ମଞ୍ଚ ଉପରେ ସମ୍ବର୍ନ୍ଧିତ କରିଥଲେ । ନିଜ ଅଭିଭାଷଣରେ ତାଙ୍କୁ ସମ୍ବର୍ଦ୍ଧିତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ସଲମାନ । ଏପରିକି ବିମାନବନ୍ଦରରୁ କଟକ ବାରବାଟୀ ଷ୍ଟାଡିୟମ ମଧ୍ୟରେ ତାଙ୍କୁ ଯେଉଁଭଳି ସ୍ୱାଗତ କରାଗଲା ସେଥିପାଇଁ ଧନ୍ୟବାଦ ଜଣାଇଛନ୍ତି ବଲିଉଡ ଟାଇଗର ।

ଏହାଛଡା ନିଜ ଅଭିଭାଷଣରେ କଟକର ଭାଇଚାରା ପରମ୍ପରାକୁ ବେଶ ପ୍ରଂଶସା କରିଛନ୍ତି ସଲମାନ । ଏଭଳି ଭାଇଚାରା ସବୁଠି ରହିବା ଦରକାର ବୋଲି ସଲମାନ କହିଛନ୍ତି । ଏହାଛଡା ହକି ବିଶ୍ୱକପ ଆୟୋଜନ କରୁଥିବାରୁ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲିଉଡ ଟାଇଗର । ଏହାସହ କଟକର ପ୍ରସିଦ୍ଧ ଦହିବରା ଆଳୁଦମ ଖାଇବା କଥା ମଧ୍ୟ କହିଛନ୍ତି ସଲମାନ ।