ହିନ୍ଦୁତ୍ୱକୁ ନେଇ ବୟାନ ପରେ ବଢିଲା ବିବାଦ: ସଲମାନ ଖୁରସିଦଙ୍କ ଘରକୁ ଟେକା ପଥର ମାଡ ସହ ଘର ଆଗରେ ନିଆଁ ଜାଳିଲେ ପ୍ରଦର୍ଶନକାରୀ

178

କନକ ବ୍ୟୁରୋ: ହିନ୍ଦୁତ୍ୱକୁ ନେଇ ମନ୍ତବ୍ୟ ପଡିଲା ଭାରି । କଂଗ୍ରେସ ନେତା ସଲମାନ ଖୁରିସଦଙ୍କ ଘର ଉପରେ ଆନ୍ଦୋଳନକାରୀଙ୍କ ଆକ୍ରମଣ । ଘର ଉପରକୁ ଟେକା, ପଥର ଫୋପାଡିବା ସହ, ଦ୍ୱାର ବାହାରେ ନିଆଁ ଲଗାଇଲେ ପ୍ରଦର୍ଶନକାରୀ । ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁରସିଦଙ୍କ ନୈନିତାଲ ସ୍ଥିତ ବାସଭବନ ଦ୍ୱାର ବାହାରେ ନିଅାଁ ଲଗାଇବା ସହ ଟେକା ପଥର ମାଡ ହୋଇଛି । କଂଗ୍ରେସ ନେତା ସଲମାନ ଖୁରସିଦଙ୍କ ଘର ଉପରେ ଏଭଳି ଆକ୍ରମଣକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

ଘଟଣାରେ ପୁଲିସ ୨୦ ରୁ ଅଧିକ ଜଣଙ୍କୁ ଗିରଫ କରିଥିବା ସୁଚନା ମିଳିଛି । ସଲମାନ ଖୁରସିଦ ନିକଟରେ ଲେଖିଥିବା ଏକ ବହି ‘ସନ ରାଇଜ ଓଭର ଅଯୋଧ୍ୟା’କୁ ନେଇ ବଡ ବିବାଦ ସୃଷ୍ଟି ହୋଇଥିଲା । ନିଜର ଏହି ବହିରେ ହିନ୍ଦୁତ୍ୱକୁ ଜିହାଦ ସହ ତୁଳନା କରିଥିଲେ ଖୁର୍ସିଦ । ପରେ ନିଜର ଏହି ମନ୍ତବ୍ୟକୁ ସମର୍ଥନ ମଧ୍ୟ କରିଥିଲେ । ଯାହାକୁ ନେଇ ବିଜେପି ଓ ଆରଏସଏସର ଆକ୍ରୋଷର ଶୀକାର ହୋଇଛନ୍ତି ସଲମାନ ଖୁର୍ସିଦ । ଅନେକ ରାଜନୈତିକ ଦଳ ତାଙ୍କୁ କଡା ସମାଲୋଚନା ମଧ୍ୟ କରିଛନ୍ତି ।