‘ଯାହା ବାଂଲାଦେଶରେ ହେଉଛି, ସେଭଳି ଭାରତରେ ମଧ୍ୟ ହୋଇପାରେ’: ସଲମାନ୍ ଖୁର୍ସିଦଙ୍କ ବୟାନ

‘ଯାହା ବାଂଲାଦେଶରେ ହେଉଛି, ସେଭଳି ଭାରତରେ ମଧ୍ୟ ହୋଇପାରେ’: ସଲମାନ୍ ଖୁର୍ସିଦଙ୍କ ବୟାନ

କନକ ବ୍ୟୁରୋ: ଭାରତରେ ବାଂଲାଦେଶ ଭଳି ସ୍ଥିତି ହୋଇପାରେ ବୋଲି କହିଛନ୍ତି କଂଗ୍ରେସ ନେତା ସଲମାନ୍ ଖୁର୍ସିଦ । ମଙ୍ଗଳବାର ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି ।

 ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଶିକ୍ଷାବିତ୍ ମୁଜିବର ରହମାନଙ୍କ ଲିଖିତ ପୁସ୍ତକ ‘ ଶିକୱା –ଏ- ହିନ୍ଦ ; ଦ ପଲିଟିକାଲ ଫ୍ୟୁଚର ଅଫ୍ ଇଣ୍ଡିଆନ୍ ମୁସ୍ଲିମ୍’ର ଉନ୍ମୋଚନ କରିବା ଅବସରରେ ଖୁର୍ସିଦ କହିଛନ୍ତି, ବାଂଲାଦେଶ ଭଳି ପରିସ୍ଥିତି ଭାରତରେ ମଧ୍ୟ  ଉପୁଜିପାରେ । ଅବଶ୍ୟ ଭାରତରେ ସବୁକିଛି ସାମାନ୍ୟ ଲାଗିପାରେ । ଆମେ ବଜୟର ଉତ୍ସବ ପାଳନ କରୁଥାଇପାରେ ।କିନ୍ତୁ ଅନେକ ଲୋକଙ୍କ ମତରେ  ୨୦୨୪ର ବିଜୟ ପରେ ବି ଆହୁରି ଅନେକ କିଛି କରିବାକୁ ବାକି ଅଛି, ଯାହା ଦେଶରେ ବିଦ୍ରୋହକୁ ବଳ ଦେଇପାରେ  କିନ୍ତୁ ବାଂଲାଦେଶ ଭଳି ସ୍ଥିତି ଆଗକୁ ରୋକୁଛି ଆମ ଦେଶର କିଛି ନୀତି ଆଦର୍ଶ, ଯାହା ବାଂଲାଦେଶ ଭଳି ସ୍ଥିତିକୁ ଅୱୀକାର କରାଯାଇନପାରେ’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe