ଫିଲ୍ମ ରେସ୍-ଥ୍ରୀର ସୁଟିଂ ଜୋରଦାର । ବିଦେଶ ଗସ୍ତ କଟକଣା ପରେ ଦେଶରେ ଚାଲିଛି ସୁଟିଂ । ଫଟୋ ଭାଇରାଲ

39

କାଶ୍ମୀରରେ ସଲମାନ ଖାନ । ଏବେ ଏଠାରେ ତାଙ୍କର ଆଗାମୀ ଫିଲ୍ମ ରେସ୍-ଥ୍ରୀର ସୁଟିଂ ଜୋରଦାର ହୋଇଛି । ସୁଟିଂ ସମୟର କିଛି ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏହି ଫଟୋରେ ଫିଲ୍ମର ଅଭିନେତ୍ରୀ ଜ୍ୟାକଲିନ୍ ଶୀତରେ ଥରୁଥିବା ବେଳେ ସଲମାନ କେମିତି ଠିଆ ହୋଇଛନ୍ତି ତାହା ନଜର ଆସିଛି । ତାଙ୍କୁ ଶୀତ ଲାଗୁ ନଥିବା ପରି ଫଟୋରେ ମନେ ହେଉଛି । ଏହି ସବୁ ଦୃଶ୍ୟ ଦକ୍ଷିଣ ଆଫ୍ରିକାରେ ସୁଟିଂ ହେବାର ଥିଲା । କିନ୍ତୁ କୋର୍ଟଙ୍କ କଟକଣା ଯୋଗୁ ବିଦେଶ ଗସ୍ତ ସଲମାନଙ୍କ ପାଇଁ ସମ୍ଭବ ହେଉ ନଥିବାରୁ କାଶ୍ମୀରରେ ରେସ-ଥ୍ରୀର ଗୋଟିଏ ଗୀତ ଓ ଅନ୍ୟ କିଛି ଅଂଶ ସୁଟିଂ ହେଉଛି । ତିନି ବର୍ଷ ପରେ କାଶ୍ମୀର ଗସ୍ତ କରିଛନ୍ତି ସଲମାନ ।

ପୂର୍ବରୁ କବିର ଖାନଙ୍କ ଫିଲ୍ମ ବଜରଙ୍ଗୀ ଭାଇଜାନ ସୁଟିଂ ବେଳେ ଏଠାକୁ ସେ ଆସିଥିଲେ । ଫିଲ୍ମର ବହୁ ଅଂଶ କାଶ୍ମୀରର ବିଭିନ୍ନ ଅଂଚଳରେ ସୁଟିଂ ହୋଇଥିଲା । ସଲମାନ ସୋନମାର୍ଗ ସୁଟିଂ ସ୍ଥାନକୁ ଯିବା ପୂର୍ବରୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମହବୁବା ମୁଫତିଙ୍କୁ ଭେଟିଥିଲେ । ଏହି ସମୟରେ ରେସ-ଥ୍ରିର ନିର୍ମାତା ରମେଶ ତୌରାନୀ ମଧ୍ୟ ଉପସ୍ଥିତ ଥିଲେ । ରେମୋ ଡିସୁଜାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ରେସ-ଥ୍ରୀ ଆସନ୍ତା ଜୁନ ୧୫ ଇଦ୍ ଅବସରରେ ରିଲିଜ୍ ହେବ । ଏହି ଫିଲ୍ମରେ ସଲମାନଙ୍କ ସହ ଅନିଲ କପୁର, ଜ୍ୟାକଲିନ୍ ଫର୍ଣାଣ୍ଡିଜ୍, ବବି ଦେଓଲ ଓ ଡେଜି ଶାହା ପ୍ରମୁଖ ଅଭିନୟ କରୁଛନ୍ତି ।