କନକ ବ୍ୟୁରୋ : ସଲମାନ ଖାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ବିବାଦ ଆଣିଛି ପୁରୁଣା ପ୍ରେମ । ବିଗତ ଦିନ ତିକ୍ତତାପୂର୍ଣ୍ଣ ସର୍ମ୍ପକକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ସଲମାନ ଖାନ ଓ ତାଙ୍କର ପୂର୍ବତନ ପ୍ରେମିକା ସୋମି ଅଲ୍ଲୀ । ଏ କିଛି ଦିନ ପୂର୍ବରୁ କ୍ୟାମେରା ସାମ୍ନାକୁ ଆସି ସୋମୀ ଅଲ୍ଲୀ ଅଭିନେତା ସଲମାନ ଖାନଙ୍କ ଉପରେ ଏମିତି କିଛି ଅଭିଯୋଗ ଆଣିଥିଲେ ଯାହା ବେଶ ଖବରରେ ରହିଥିଲା ।

Advertisment

ସଲମାନ ତାଙ୍କୁ ମାନସିକ, ଶାରିରୀକ ଯୌନ ନିର୍ଯ୍ୟାତନା ଦେବା ସହ ଶୋଷଣ କରୁଥିବା ସେ ଅଭିଯୋଗ କରିଥିଲେ । ଏବେ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି ସୋମୀ ଅଲ୍ଲି ଆଉ ସମାନ ଅଭିଯୋଗ ପୁଣି ଆଣିଛନ୍ତି । ସର୍ବସାଧାରଣରେ ସଲମାନଙ୍କଠୁ କ୍ଷମା ଦାବି କରିଛନ୍ତି ସୋମି ଅଲ୍ଲୀ । ୧୯୯୧ରୁ ୧୯୯୯ ପର୍ଯ୍ୟନ୍ତ ସଲମାନ ଓ ସୋମି ପ୍ରେମ ସମ୍ପର୍କରେ ରହିବା ସହ ଅନେକ ଫିଲ୍ମରେ ଏକାଠି ଅଭିନୟ ମଧ୍ୟ କରିଥିଲେ ।

ଏବେ ହଠାତ ସୋମି ଅଲ୍ଲୀ କ୍ୟାମେରା ସାମ୍ନାକୁ ଆସି ସଲମାନଙ୍କ ଉପରେ ଏଭଳି ଗମ୍ଭୀର ଅଭିଯୋଗ ଆଣିବା ପଛରେ ଗୋଟିଏ ବଡ କାରଣ ରହିଥିବା କୁହାଯାଉଛି । ଭାରତରେ ସୋମି କିଛି ଇଭେଣ୍ଟର ଆୟୋଜନ କରୁଛନ୍ତି ତାକୁ ଜାଣିଶୁଣି ସଲମାନ ରଦ୍ଧ କରୁଥିବା ସୋମୀ ଅଭିଯୋଗ କରିଛନ୍ତି ।