ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ମାମଲାରେ ୟୁକେ ଲିଙ୍କ । ଇମେଲ୍ ଯୋଗେ ଧମକ ଆସିଥିବା ନେଇ ମୁମ୍ବାଇ ପୋଲିସ ହାତରେ ବଡ ପ୍ରମାଣ

187

କନକ ବ୍ୟୁରୋ : ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ମାମଲାରେ ୟୁକେ ଲିଙ୍କ । ଅଭିନେତାଙ୍କୁ ଇମେଲ୍ ଯୋଗେ ଧମକ ଆସିଥିବା ବେଳେ ମୁମ୍ବାଇ ପୋଲିସ ହାତରେ ଲାଗିଛି ବଡ ସୂରାକ  । ପୋଲିସ କହିବା ମୁତାବିକ ଯେଉଁ ଇମେଲରୁ ସଲମାନଙ୍କୁ ଧମକ ଆସିଥିଲା, ତାହା ୟୁକେର ଏକ ମୋବାଇଲ ନମ୍ବରରୁ ଆସିଥିବା ଜଣାପଡିଛି । ତେବେ କିଏ ସେହି ବ୍ୟକ୍ତି, ଯିଏ ସଲମାନଙ୍କୁ ମାରିବାକୁ ଏପରି ଧମକ ଦେଇଥିଲା, ସେନେଇ ଯାଂଚ କରୁଛି ପୋଲିସ । ଏବଂ ଖୁବଶୀଘ୍ର ଅପରାଧ ନିକଟରେ ପହଂଚିବ ବୋଲି କହିଛି ମୁମ୍ବାଇ ପୋଲିସ । ନିକଟରେ ସଲମାନଙ୍କ ପିଏଙ୍କୁ ଏକ ଇମେଲ ଆସିଥିଲା, ଯେଉଁଥିରେ ସଲମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । ଏନେଇ ସଲମାନଙ୍କ ନିକଟତମ ବନ୍ଧୁ ପ୍ରଶାନ୍ତ ବାନ୍ଦ୍ରା ପୋଲିସ ନିକଟରେ ମାମଲା ରୁଜୁ କରିଥିଲେ ।