ନିଜ ଜନ୍ମଦିନରେ ଫ୍ୟାନଙ୍କୁ ଭାଇଜାନଙ୍କ ଉପହାର : ‘ବିଙ୍ଗ ହ୍ୟୁମାନ’ ପୋଷାକରେ ୬୦% ପର୍ଯ୍ୟନ୍ତ ଦେଉଛନ୍ତି ରିହାତି 

122

ବଲିଉଡ୍ ଅଭିନେତା ସଲମାନ ଖାନ୍ ୫୨ ବର୍ଷ ଅତିକ୍ରମ କରି ୫୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।  ନିଜ ଜନ୍ମଦିନ ଅବସରରେ ସଲମାନ୍ ଦେଶ ସାରା ନିଜର ପ୍ରଶଂସକଙ୍କୁ ଉପହାର ଆକାରରେ ତାଙ୍କ କପଡ଼ା ବ୍ରାଣ୍ଡ ‘ବିଙ୍ଗ୍ ହ୍ୟୁମାନ’ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛନ୍ତି। ଏହି ଅଫର୍ ଡିସେମ୍ବର ୨୭ ଅର୍ଥାତ କେବଳ ଆଜିର ଦିନ ପାଇଁ ବୋଲି ସଲମାନ ନିଜ ଟୁଇଟର୍ ଆକାଉଣ୍ଟରେ ଟୁଇଟ୍ କରି ଜଣାଇଛନ୍ତି।

ଗ୍ରାହକଙ୍କୁ ଅଫର୍ ପ୍ରଦାନ କରି ସଲମାନ କହିଛନ୍ତି, ‘ଜନ୍ମଦିନ ମୋର, ମାତ୍ର ଉପହାର ଆପଣମାନଙ୍କ ପାଇଁ। ଡିସେମ୍ବର ୨୭ ତାରିଖ ଦିନ। କେବଳ ‘ବିଙ୍ଗ୍ ହ୍ୟୁମାନ’ କପଡ଼ା ଉପରେ। ସବୁ ‘ବିଙ୍ଗ୍ ହ୍ୟୁମାନ’ ଷ୍ଟୋର ଏବଂ ୱେବସାଇଟରେ ଉପଲବ୍ଧ।’ପୁରୁଷମାନଙ୍କ ପୋଷାକରେ ୫୦ ପ୍ରତିଶତ ଓ ମହିଳାମାନଙ୍କ ପୋଷାକରେ ୬୦ ପ୍ରତିଶତ ରିହାତି ଉପଲବ୍ଧ। ଟୁଇଟରରେ ଏକ ୨୬ ସେକେଣ୍ଡର ଭିଡିଓ ସେୟାର୍ କରି ସଲମାନ ଏହି ସୂଚନା ଦେଇଛନ୍ତି।