କନକ ବ୍ୟୁରୋ : ପୁଣି କୋର୍ଟ ରୁମରେ ବଲିଉଡ ଷ୍ଟାର ସଲମାନ ଖାନ । ୧୮ ବର୍ଷ ତଳର କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟରେ ହାଜର ହେବା ସହ ସଲମାନଙ୍କ ବୟାନ ରେକର୍ଡ କରାଯାଇଛି । ତାଙ୍କୁ କୋର୍ଟ ରୁମରେ ୬୫ଟି ପ୍ରଶ୍ନ ପଚରାଯାଇଥିଲା । ଉତ୍ତରରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ସଲମାନ ।
ଏହା ସହ ସୈଫ ଅଲ୍ଲୀ ଖାନ୍, ସୋନାଲି ବେନ୍ଦ୍ରେ, ତବୁ ଓ ନିଲମଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇଛି । ‘ହମ୍ ସାଥ୍ ସାଥ୍ ହୈ’ ଫିଲ୍ମ ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/vlcsnap-2017-01-27-21h22m56s350.png)