କ୍ୟାଟ୍ରିନାଙ୍କ ବିବାହକୁ ଆସିବେନି ସଲମାନ୍ ।

156

କନକ ବ୍ୟୁରୋ: ବ୍ରେକଅପ ପରେ ବି ଭଲ ବନ୍ଧୁ ଭାବେ ଅଛନ୍ତି କ୍ୟାଟ୍ରିନା ଓ ସଲମାନ୍ । ସଲମାନଙ୍କ ଭଉଣୀଙ୍କ ସହ ମଧ୍ୟ ଘନିଷ୍ଠ ସମ୍ପର୍କରେ ଅଛନ୍ତି କ୍ୟାଟ୍ରିନା । ଆଗକୁ ତାଙ୍କ ବିବାହରେ ସଲମାନଙ୍କ ଭଉଣୀ ଅର୍ପିତା ମୁଖ୍ୟ ଅତିଥିଙ୍କ ମଧ୍ୟରେ ଅଛନ୍ତି । ଅତିଥି ତାଲିକାରେ ସଲମାନଙ୍କ ନାଁ ମଧ୍ୟ ରହିଛି ହେଲେ ଶୁଣିବାକୁ ମିଳୁଛି ଯେ, ଏହି ରୋୟାଲ ୱେଡିଙ୍ଗରେ ବିବାହରେ ଯୋଗ ଦେବେନି ସଲମାନ୍ ।

ବଲିଉଡ ଲାଇଫର ରିପୋର୍ଟ ମୁତାବକ, କ୍ୟାଟ୍ରିନାଙ୍କ ବିବାହରେ ଯୋଗ ଦେଇପାରିବେ ନାହିଁ । କାରଣ ଭିକ୍କି- ଓ କ୍ୟାଟଙ୍କ ବିବାହ ଡିସେମ୍ବର ୯ ତାରିଖରେ ହେବାକୁ ଥିବାବେଳେ ଏକ ଗୁରୁତ୍ୱପୂର୍ଣ୍ଣ ସୁଟିଂରେ ୧୦ତାରିଖରେ ବାହାରିବେ ସଲମାନ । ଏଥିପାଇଁ ତାଙ୍କୁ ପ୍ରସ୍ତୁତି କରିବାକୁ ପଡିବ । ସଲମାନଙ୍କ ସହ ଏହି ଟୁରରେ ଯାଉଛନ୍ତି ପ୍ରଭୁ ଦେବା, ଦିଶା ପାଟନୀ, ଗୁରୁ ରଙ୍ଘାୱା, ଜୈକଲିନ୍ ଫର୍ଣ୍ଣଣ୍ଡିଜ୍, ସଈ ମାଞ୍ଜରେକର, ଆୟୁଷ ଶର୍ମା, ମନୀଷ ପଲ, ସୁନୀଲ ଗ୍ରୋଭର ମଧ୍ୟ ସାମିଲ ଯାଉଛନ୍ତି । ତେଣୁ ନିଜ ସୁଟିଂ ବ୍ୟସ୍ତତା ଯୋଗୁଁ କ୍ୟାଟ୍ରିନାଙ୍କ ବିବାହରେ ସାମିଲ ହୋଇପାରିବେ ନାହିଁ ସଲମାନ୍ ।