ବିଗବସ୍-୧୫ ପାଇଁ ସଲମାନ ନେବେ ୩୫୦ କୋଟି! ମାତ୍ର ୧୪ ସପ୍ତାହ ଯାଏଁ ଚାଲିବ ସୋ’ ।

238

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ବଲିଉଡର ଭାଇଜାନ ସଲମାନ ଖାନ୍ । ଆଉ ଏହି ଚର୍ଚ୍ଚା ହେବା ପଛରେ ରହିଛି ସଲମାନଙ୍କ ପାରିଶ୍ରମିକ । ଆଜି ବିଗବସ୍ ଓଟିଟିର ଫାଇନାଲ ରହିଛି । ବିଗବସ୍ ଓଟିଟିର ବିଜେତା କିଏ ହେବ ତାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉକ୍ରଣ୍ଠା ପ୍ରକାଶ ପାଇଛି । କିନ୍ତୁ ଏହା ଭିତରେ ବିଗବସ୍-୧୫କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ବିଗବସ୍-୧୫ରେ କେଉଁ ପ୍ରତିଯୋଗୀ ଭାଗ ନେବେ ସେମାନଙ୍କ ନାଁ ଘୋଷଣା ହେଉଥିବା ବେଳେ ବିଗବସ-୧୫ର ହୋଷ୍ଟ କରିବାକୁ ଥିବା ସଲମାନ ଖାନଙ୍କୁ ନେଇ ମଧ୍ୟ ଚାଞ୍ଚଲ୍ୟକର ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ବିଗବସ୍-୧୫ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ଏହାକୁ ହୋଷ୍ଟ କରିବାକୁ ଥିବା ସଲମାନ ଖାନଙ୍କ ପାରିଶ୍ରମିକକୁ ନେଇ ଚର୍ଚ୍ଚା ବଢିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଗବସ-୧୫ର ହୋଷ୍ଟ କରିବାକୁ ସଲମାନ ୩୫୦ କୋଟି ଟଙ୍କା ପାରିଶ୍ରମିକ ନେବେ । ମାତ୍ର ୧୪ ସପ୍ତାହ ପାଇଁ ସଲମାନ ଏହି ସୋ’ ହୋଷ୍ଟ କରିବେ । ଆଉ ଏଥିପାଇଁ ସଲମାନ ୩୫୦ କୋଟି ଟଙ୍କା ନେଉଥିବା ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ତେବେ ସଲମାନଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରିନାହିଁ ।