ନିର୍ବାଚନକୁ ନେଇ ସଲମାନ୍ ଖାନଙ୍କ ବଡ ବୟାନ ! କହିଲେ, ନା ନିର୍ବାଚନ ଲଢିବି, ନା କୌଣସି ଦଳ ପାଇଁ ପ୍ରଚାର କରିବି ।

Advertisment
ନିର୍ବାଚନକୁ ନେଇ ସଲମାନ୍ ଖାନଙ୍କ ବଡ ବୟାନ ! କହିଲେ, ନା ନିର୍ବାଚନ ଲଢିବି, ନା କୌଣସି ଦଳ ପାଇଁ ପ୍ରଚାର କରିବି ।

image courtesy - in.bookmyshow.com

କନକ ବ୍ୟୁରୋ : ନିର୍ବାଚନ ଲଢିବେ ସଲମାନ ଖାନ ! ଆଗାମୀ ୨୦୧୯ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହେବେ ସଲମାନ୍ ! କିଛି ଦିନ ଧରି ଏଭଳି ଖବର ଭାଇରାଲ ହେବାରେ ଲାଗିଥିଲା । ତେବେ ସୋସିଆଲ ମିଡିଆରେ ହେଉଥିବା ଏଭଳି ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ବଲିଉଡର ଭାଇଜାନ ସଲମାନ୍ ଖାନ । ସେ ଟ୍ୱିଟ୍ କରି କହିଛନ୍ତି, ନା ସେ ନିର୍ବାଚନ ଲଢିବେ ନା କୌଣସି ଦଳ ପାଇଁ ପ୍ରଚାର କରିବେ ।

ତେବେ କୁହାଯାଉଛି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ସଲମାନ ଖାନ ଏବଂ ଅମିର ଖାନଙ୍କୁ ଟ୍ୟାଗ କରି ଏକ ଟ୍ୱିଟରେ ଲେଖିଥିଲେ ଯେ, ଭୋଟ୍ ଦେବା କେବଳ ଅଧିକାର ନୁହେଁ, ବରଂ ଏହା ସମସ୍ତଙ୍କ କର୍ତ୍ତବ୍ୟ । ଏବଂ ମୋଦିଙ୍କର ଏହି ଟ୍ୱିଟର ଉତ୍ତର ଦେଇ ସଲମାନ ଲେଖିଥିଲେ ଯେ, ଗଣତନ୍ତ୍ର ଆମର ଅଧିକାର । ମତଦାନ କରିବା ସମସ୍ତ ଭାରତୀୟଙ୍କ ଅଧିକାର ଅଟେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe