କନକ ବ୍ୟୁରୋ : ନିର୍ବାଚନ ଲଢିବେ ସଲମାନ ଖାନ ! ଆଗାମୀ ୨୦୧୯ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହେବେ ସଲମାନ୍ ! କିଛି ଦିନ ଧରି ଏଭଳି ଖବର ଭାଇରାଲ ହେବାରେ ଲାଗିଥିଲା । ତେବେ ସୋସିଆଲ ମିଡିଆରେ ହେଉଥିବା ଏଭଳି ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ବଲିଉଡର ଭାଇଜାନ ସଲମାନ୍ ଖାନ । ସେ ଟ୍ୱିଟ୍ କରି କହିଛନ୍ତି, ନା ସେ ନିର୍ବାଚନ ଲଢିବେ ନା କୌଣସି ଦଳ ପାଇଁ ପ୍ରଚାର କରିବେ ।
Contrary to the rumours I am not contesting elections nor campaigning for any political party..
— Salman Khan (@BeingSalmanKhan) March 21, 2019
ତେବେ କୁହାଯାଉଛି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ସଲମାନ ଖାନ ଏବଂ ଅମିର ଖାନଙ୍କୁ ଟ୍ୟାଗ କରି ଏକ ଟ୍ୱିଟରେ ଲେଖିଥିଲେ ଯେ, ଭୋଟ୍ ଦେବା କେବଳ ଅଧିକାର ନୁହେଁ, ବରଂ ଏହା ସମସ୍ତଙ୍କ କର୍ତ୍ତବ୍ୟ । ଏବଂ ମୋଦିଙ୍କର ଏହି ଟ୍ୱିଟର ଉତ୍ତର ଦେଇ ସଲମାନ ଲେଖିଥିଲେ ଯେ, ଗଣତନ୍ତ୍ର ଆମର ଅଧିକାର । ମତଦାନ କରିବା ସମସ୍ତ ଭାରତୀୟଙ୍କ ଅଧିକାର ଅଟେ ।