କନକ ବ୍ୟୁରୋ : ୫୮ ବର୍ଷରେ ପାଦ ରଖିଲେ ଭାଇଜାନ । ବଲିଉଡ ଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ । ସକାଳୁ ସକାଳୁ ପରିବାର ଲୋକ, ସାଙ୍ଗସାଥୀଙ୍କ ସହ ମୁମ୍ବାଇରେ ଜନ୍ମଦିନ ପାଳନ କରିଛନ୍ତି ସଲମାନ । ଗତକାଲି ଦବଙ୍ଗ ଷ୍ଟାରଙ୍କୁ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ଆଜି ସକାଳୁ ସେ ମୁମ୍ବାଇ ଆସିଛନ୍ତି । ବ୍ଲାକ ଟି-ସାର୍ଟ ଓ ଜିନ୍ସରେ ସଲମାନଙ୍କୁ ଦେଖିବାକୁ ମିଳିଛି ।
ଜନ୍ମଦିନ ଉତ୍ସବରେ ଝିଆରୀ ଆୟତ୍, ଅର୍ବାଜ ଖାନ, ଅର୍ପିତା ଖାନ ଶର୍ମାଙ୍କୁ ଦେଖିବାକୁ ମିଳିଛି । ସଲମନଙ୍କ ଘନିଷ୍ଠ ବନ୍ଧୁ ବବି ଦେୱଲଙ୍କୁ ମଧ୍ୟ ଦେଖିବାକୁ ମିିଳିଛି । ସଲମାନ ଜଣେ ଅଭିନେତା ସହ ଫିଲ୍ମ ପ୍ରଡ୍ୟୁସର ମଧ୍ୟ । ଦିର୍ଘ ୩୦ ବର୍ଷ ହେଲା ସେ ବଲିଉଡରେ କାର୍ଯ୍ୟ କରିଆସୁଛନ୍ତି । ଫିଲ୍ମ ପ୍ରଜୋଜକ ଭାବେ ତାଙ୍କୁ ନ୍ୟାସନାଲ ଫିଲ୍ମ ପୁରସ୍କାର, ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି । ୨୦୧୫ରୁ ୨୦୧୮ ମଧ୍ୟରେ ସେ ବିଶ୍ୱର ସବୁଠୁ ଅଧିକ ପାଉଣା ନେଉଥିବା ସେଲିବ୍ରେଟିଙ୍କ ମଧ୍ୟରେ ଗଣାଯାଉଥିଲ । ୧୯୯୮ରେ ‘ବିବି ହୋ ତେ ଏଇସି’ରେ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ