ମଧ୍ୟପ୍ରଦେଶର ବ୍ରାଣ୍ଡ ଆମ୍ବାସାଡ଼ାର ହେବେ ବଲିଉଡ୍ ସୁଲତାନ୍ ! ମୁଖ୍ୟମନ୍ତ୍ରୀ କମଲନାଥ ଦେଲେ ସୂଚନା ।

ମଧ୍ୟପ୍ରଦେଶର ବ୍ରାଣ୍ଡ ଆମ୍ବାସାଡ଼ାର ହେବେ ବଲିଉଡ୍ ସୁଲତାନ୍ ! ମୁଖ୍ୟମନ୍ତ୍ରୀ କମଲନାଥ ଦେଲେ ସୂଚନା ।

Eenadu India Hindi

ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ୍ କେବଳ ନିଜ ଫିଲ୍ମ ପାଇଁ ନୁହନ୍ତି, ଲୋକମାନଙ୍କୁ ସାହାଯ୍ୟ କରିବାକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ନୂଆ ନୂଆ ଚେହେରାକୁ ବଲିଉଡରେ ସୁଯୋଗ ଦେବା ପାଇଁ ସେ ସବୁବେଳେ ପ୍ରୟାସ କରୁଥିବା ବେଳେ ତାଙ୍କ ପ୍ରୟାସ ପାଇଁ କିଛି କଳାକାର ଆଜି ସୁପରଷ୍ଟାର ପାଲଟିଛନ୍ତି । ଏତେ ସବୁ ମଧ୍ୟରେ ଏବେ ସଲମାନ ମଧ୍ୟପ୍ରଦେଶର ବ୍ରାଣ୍ଡ ଆମ୍ବାସାଡ଼ାର ହେବାକୁ ଯାଉଥିବା କଥା ଜଣାପଡ଼ିଛି ।

publive-image

ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ମୁଁ ଏହି ବିଷୟରେ ସଲମାନଙ୍କ ସହ ଫୋନ ଯୋଗେ କଥା ହୋଇଛି । ସେ ମୁଁ ଦେଇଥିବା ପ୍ରସ୍ତାବରେ ରାଜି ମଧ୍ୟ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ । ଏହି ଖବର ସଲମାନଙ୍କ ପ୍ରଶଂସକଙ୍କୁ ଖୁସି କରାଇଥିବା ଜଣାପଡ଼ିଛି । ଏପରି ହେବା ଦ୍ୱାରା ମଧ୍ୟପ୍ରଦେଶର ପର‌୍ୟ୍ୟଟନ କ୍ଷେତ୍ରଗୁଡ଼ିକ ଦେଶବିଦେଶରେ ଆହୁରି ପରିଚିତ ହୋଇ ପାରିବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe