ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ୍ କେବଳ ନିଜ ଫିଲ୍ମ ପାଇଁ ନୁହନ୍ତି, ଲୋକମାନଙ୍କୁ ସାହାଯ୍ୟ କରିବାକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ନୂଆ ନୂଆ ଚେହେରାକୁ ବଲିଉଡରେ ସୁଯୋଗ ଦେବା ପାଇଁ ସେ ସବୁବେଳେ ପ୍ରୟାସ କରୁଥିବା ବେଳେ ତାଙ୍କ ପ୍ରୟାସ ପାଇଁ କିଛି କଳାକାର ଆଜି ସୁପରଷ୍ଟାର ପାଲଟିଛନ୍ତି । ଏତେ ସବୁ ମଧ୍ୟରେ ଏବେ ସଲମାନ ମଧ୍ୟପ୍ରଦେଶର ବ୍ରାଣ୍ଡ ଆମ୍ବାସାଡ଼ାର ହେବାକୁ ଯାଉଥିବା କଥା ଜଣାପଡ଼ିଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ମୁଁ ଏହି ବିଷୟରେ ସଲମାନଙ୍କ ସହ ଫୋନ ଯୋଗେ କଥା ହୋଇଛି । ସେ ମୁଁ ଦେଇଥିବା ପ୍ରସ୍ତାବରେ ରାଜି ମଧ୍ୟ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ । ଏହି ଖବର ସଲମାନଙ୍କ ପ୍ରଶଂସକଙ୍କୁ ଖୁସି କରାଇଥିବା ଜଣାପଡ଼ିଛି । ଏପରି ହେବା ଦ୍ୱାରା ମଧ୍ୟପ୍ରଦେଶର ପର୍ୟ୍ୟଟନ କ୍ଷେତ୍ରଗୁଡ଼ିକ ଦେଶବିଦେଶରେ ଆହୁରି ପରିଚିତ ହୋଇ ପାରିବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/201903071450447681_Salman-Khan-will-become-brand-ambassador-of-MP_SECVPF.jpg)
/kanak/media/post_attachments/wp-content/uploads/2019/03/Salman-Khan-Brand-Ambassador-Madhya-Pradesh-CM-Kamal-Nath-min-300x142.png)