କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ରିୟାଲିଟି ଶୋ ବିଗ୍ ବସ୍ ସେଟରେ ନିଆଁ ଲାଗିଛି । ସଲମାନ ଖାନଙ୍କ ଏହି ରିୟାଲିଟି ଶୋ ରେ ନିଆଁ ଲାଗିବା ଖବର ପାଇବା ପରେ ଅଗ୍ନିସମ ବିଭାଗର ୪ଟି ଗାଡି ନିଆଁ ଲିଭାଇବାରେ ନିୟୋଜିତ ହୋଇଛନ୍ତି । ‘ବିଗ୍ ବସ’ ସେଟରେ କେମିତି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାସହ ଏହି ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତିଙ୍କର କିଛି କ୍ଷତି ହୋଇଥିବା ନେଇ ମଧ୍ୟ ସୂଚନା ନାହିଁ । ସେପଟେ ନିଆଁକୁ ଆୟତ କରିବାକୁ ଦମକଳ ବାହୀନି ଚେଷ୍ଟା ଚଳାଇଛି ।
କହିରଖୁ କି ସଲମାନ ଖାନଙ୍କ ‘ବିଗ୍ ବସ’ ଶୋର ୧୫ ତମ ସିଜିନର ଫାଇନାଲ ଏବେ ଏବେ ସମାପ୍ତ ହୋଇଛି । ଏନେଇଏକ ଗ୍ରାଣ୍ଡ ପ୍ରିମିୟରର ଆୟୋଜନ କରାଯାଇଥିଲା । ଏଥିରେ ଶୋର ସମସ୍ତ ପ୍ରତିଯୋଗୀ ଭାଗ ନେଇଥିଲେ । ହେଲେ ଏବେ ଏହି ସେଟରେ ନିଆଁ ଲାଗିବା ନେଇ ଦ୍ୱନ୍ଦ ଦେଖା ଦେଇଛି । ଦମକଳ ବାହୀନି ନିଆଁ ଲିଭାଇବାକୁ ପ୍ରୟାସ କରୁଛନ୍ତି ।
‘ବିଗ ବସ’ ୧୫ ତମ ସିଜିନ କଥା ଯଦି କୁହାଯିବ ତେବେ ଏଥିରେ କରଣ କୁନ୍ଦ୍ରା, ସିମ୍ବା ନାଗପାଲ, ନିଶାନ୍ତ ଭଟ୍ଟ, ସମିତା ସେଟ୍ଟୀ, ରଶ୍ମୀ ଦେଶାଇ ଓ ତେଜସ୍ୱୀ ପ୍ରକାଶ ଭଳି ସେଲିବ୍ରେଟିମାନେ ଭାଗ ନେଇଥିଲେ । ଶୋ ରେ ୩ ମାସରୁ ଅଧିକ ସମୟ ବିତାଇବା ପରେ ତେଜସ୍ୱୀ ପ୍ରକାଶ ଚଳିତ ସିଜିନର ଟ୍ରଫି ଜିତିଥିଲେ । ଏହାସହ ତାଙ୍କୁ ଏକତା କପୁରଙ୍କ ଲୋକପ୍ରିୟ ‘ନାଗୀନ-୬’ ସିଜିନରେ ମୁଖ୍ୟ ଭୂମିକା ନିର୍ବାହ କରିବାର ସୁଯୋଗ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/Capture-41.jpg)