କନକ ବ୍ୟୁରୋ: ନିକଟରେ ସଲମାନ୍ ଖାନ୍ ଇନଷ୍ଟାଗ୍ରାମରେ ଅକ୍ଷୟ କୁମାରଙ୍କ ଏକ ଥ୍ରୋବ୍ୟାକ୍ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଅକ୍ଷୟଙ୍କ ଆଖି ଲୁହରେ ଭାରିଯାଇଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ସେୟାର କରିବା ସହ ଅକ୍ଷୟଙ୍କୁ ଭାରି ପ୍ରଶଂସା କରିଛନ୍ତି ସଲମାନ୍ ।

Advertisment

ବଲିଉଡରେ ଅକ୍ଷୟ କୁମାର ଓ ସଲମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା । କାରଣ ସଲମାନ୍ ଅକ୍ଷୟଙ୍କ ଏକ ଇମୋସନାଲ ଭିଡିଓ ସେୟାର କରିବା ସହ ତାଙ୍କୁ ଢେର ପ୍ରଶଂସା କରିଛନ୍ତି । କଥା ହେଉଛି, ସଲମାନ୍ ପୋଷ୍ଟ କରିଥିବା ଏହି ଭିଡିଓ ହେଉଛି ଏକ ପୁରୁଣା ଭିଡିଓ । ଏକ ରିଆଲିଟି ଶୋ’ରେ ଅକ୍ଷୟ ଯୋଗ ଦେଇଥିବାବେଳେ ତାଙ୍କ ଭଉଣୀଙ୍କ ବାର୍ତ୍ତା ଶୁଣିବା ପରେ ନିଜକୁ ରୋକିନପାରି କାନ୍ଦିପକାଇଥିଲେ । ଏହି ଭିଡିଓକୁ ପୋଷ୍ଟ କରିବା ସହ ସଲମାନ୍ ଖାନ୍ ଲେଖିଛନ୍ତି ଯେ, ‘ ମୋତେ ଏଭଳି କିଛି ମିଳିଲା ଯାହା ମୁଁ ସମସ୍ତଙ୍କ ସହ ସେୟାର କରିବାକୁ ଚାହିଁଲି । ଆପଣ ବାସ୍ତବରେ ଆମେଜିଙ୍ଗ! ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣ ସବୁବେଳେ ଫିଟ୍ ରୁହନ୍ତୁ ଏବଂ ଏଭଳି ଆଗକୁ ଆଗକୁ କାମ କରିଚାଲନ୍ତୁ’ । ସଲମାନଙ୍କ ଏହି ପୋଷ୍ଟ ନେଟିଜେନ୍ସଙ୍କ ମନକୁ ଛୁଇଁଛି ।