ଏବେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ତାରକା ‘ଆଇଫା’ ଆଓ୍ଵାର୍ଡ଼ସ ହାତେଇବା ଲାଗି ନ୍ୟୁୟର୍କରେ ଏକଜୁଟ୍ ହୋଇଥିବା ବେଳେ, ସଲମାନ୍ କିନ୍ତୁ ଆଓ୍ଵାର୍ଡ଼ ହାସଲ କରିବାକୁ ଯାଇନଥିବା କହିଛନ୍ତି । କହିଛନ୍ତି ଯେ, କୌଣସି ‘ଆଓ୍ଵାର୍ଡ଼’ ହାସଲ କରିବାର ଆଶାରେ ସେ ନ୍ୟୁୟର୍କ ଆସିନାହାନ୍ତି ବରଂ ତାଙ୍କୁ ପରଫର୍ମ କରିବାକୁ ପସନ୍ଦ ବୋଲି ସେ ଏଠାକୁ ଆସିଛନ୍ତି । ଏହାସହିତ ସଲ୍ମାନ୍ କହିଛନ୍ତି କି -‘ମୁଁ କେବେ ହେଲେବି କୌଣସି ଆଓ୍ଵାର୍ଡ଼କୁ ଜିତି ନାହିଁ । ମୋତେ ତ କେବଳ ଏକ ସହ ଅଭିନେତା ରୋଲ୍ ପାଇଁ ଆଓ୍ଵାର୍ଡ଼ସ ମିଳିଛି ।
ତେବେ ସେ କାହିିଁକି ଆଓ୍ଵାର୍ଡ଼ ନେବା ପାଇ ଯଆନ୍ତି ନାହିିଁ ତାର ଉତ୍ତର ଦେବାକୁ ଯାଇ ସଲ୍ମାନ୍ ଏକ ପୁରୁଣା କଥାକୁ ମନେପକାଇ କହିଥିଲେ ଯେ ତାଙ୍କୁ ଏକ ମାଗାଜିନର ଏଡ଼ିଟର୍ ଗୋଟିଏ ଆଓ୍ଵାର୍ଡ଼ ସୋ’ରେ ସାମିଲ୍ ହେବାକୁ ଡ଼ାକିଥିଲେ । ସେବେ ତାଙ୍କୁ ଫିଲ୍ମ ‘ମେନେ ପ୍ୟାର୍ କିୟା’ଲାଗି ନୋମିନେଟ୍ କରାଯାଇଥିଲା । ଏହାଛଡ଼ା ଅନ୍ୟ କଳାକାର ଯଥା-ଜ୍ୟାକି ଶ୍ରଫ୍ ଏବଂ ଅନ୍ୟାନ୍ୟ ଅଭିନେତାଙ୍କୁ ମଧ୍ୟ ଏହି ସୋ’ ଲାଗି ନୋମିନେଟ୍ କରାଯାଇଥିଲା ।
ଆଉ ଯେତେବେଳେ ଆଓ୍ଵାର୍ଡ଼ ଦେବା ସମୟରେ ମୋ’ର ନାମକୁ ଘୋଷଣା କରାଗଲା, ସେତେବେଳେ ମୁଁ ଆଓ୍ଵାର୍ଡ଼ ଆଣିବାକୁ ଛିଡ଼ା ହୋଇଗଲି । ହେଲେ ସେହି ଆଓ୍ଵାର୍ଡ଼ଟି ଆକ୍ଟର ଜ୍ୟାକି ଶ୍ରଫ୍ଙ୍କୁ ଦିଆଯାଇଥିଲା ଯାହା ଦ୍ୱାରାକି ସେହି ସମୟରେ ମୋତେ ବହୁତ ଆଘାତ ଦେଇଥିଲା । ଯେଉଁ କାରଣକୁ ନେଇ ଆଜି ପର୍ଯ୍ୟନ୍ତ କେବେ ହେଲେବି ମୁଁ କୌଣସି ଆଓ୍ଵାର୍ଡ଼ ନେବାକୁ ନଆସି କେବଳ ହିଁ କେବଳ ପରଫର୍ମ କରିବାକୁ ଆସୁଛି ।