ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ରକି ଭାଇ କହିଲେ, ଏପ୍ରିଲ ୩୦ରେ ଶେଷ କରିଦେବି ।

ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ରକି ଭାଇ କହିଲେ, ଏପ୍ରିଲ ୩୦ରେ ଶେଷ କରିଦେବି ।

କନକ ବ୍ୟୁରୋ : ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ଆସନ୍ତା ୩୦ ଏପ୍ରିଲରେ ସଲମାନଙ୍କୁ ହତ୍ୟା କରିବା ନେଇ ଧମକପୂର୍ଣ୍ଣ ଫୋନ୍ କଲ ଆସିଛି । ଗତ ସୋମବାର ରାତିରେ ଏଭଳି ଧମକପୂର୍ଣ୍ଣ କଲ୍ ଆସିଥିବା ନେଇ ସୂଚନା ମିଳିଛି । ୧୦ ଏପ୍ରିଲରେ ସଲମାନ ଖାନ୍ ନିଜର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କା ଜାନ’ର ଟ୍ରେଲର ରିଲିଜ କରିଥିଲେ । ତେବେ ଟ୍ରେଲର ଲଞ୍ଚ ହେବାର କିଛି ସମୟ ମଧ୍ୟରେ ସଲମାନଙ୍କୁ ନେଇ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଅଜଣା ଫୋନ୍ କଲ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ନିଜର ପରିଚୟ ଗୋରକ୍ଷକ ରକି ଭାଇ ବୋଲି କହିବା ସହ ଆସନ୍ତା ୩୦ ଏପ୍ରିଲରେ ସଲମାନ ଖାନକୁ ହତ୍ୟା କରିବୁ । ଆଉ ଏହି କଲ ମିଳିବା କ୍ଷଣି ଯାଞ୍ଚ ଆରମ୍ଭ କରିଛି ମୁମ୍ବାଇ ପୋଲିସ ।

ସଲମାନଙ୍କୁ ନେଇ ଏଭଳି ହତ୍ୟା ଧମକ ନୁହେଁ । ଗତ ୧୮ ମାର୍ଚ୍ଚରେ ମଧ୍ୟ ସଲମାନଙ୍କ ମ୍ୟାନେଜରଙ୍କୁ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା । ଯେଉଁଥିରେ ସଲମାନଙ୍କୁ ଧମକ ଦିଆଯାଇଥିଲା । ସଲମାନଙ୍କୁ ହତ୍ୟା କରିବାକୁ ଅନେକଥର ଷଡଯନ୍ତ୍ର ହୋଇଛି । କିନ୍ତୁ ସବୁଥର ଏହି ଷଡଯନ୍ତ୍ର ଫେଲ ମାରିଛି । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ସଲମାନଙ୍କୁ ହତ୍ୟା କରିବାକୁ ପ୍ଲାନ୍ କରି ଫେଲ୍ ମାରିଥିଲେ । ସଲମାନଙ୍କ ଘର ଓ ଫାର୍ମ ହାଉସର ରେକି ମଧ୍ୟ ହୋଇଥିଲା । କିନ୍ତୁ ସୁରକ୍ଷାବଳୟ ମଧ୍ୟରେ ସଲମାନ ରହିଥିବାରୁ ଲରେନ୍ସଙ୍କ ଏହି ପ୍ଲାନ ସଫଳ ହୋଇପାରିନଥିଲା ।

ଏବେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ତିହାର ଜେଲରେ ରହିଛି । କିନ୍ତୁ ଜେଲ ଭିତରେ ରହି ମଧ୍ୟ ନିଜର ଗ୍ୟାଙ୍ଗକୁ ଅପରେଟ କରୁଛି ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର । ତେବେ ଲଗାତାର ହତ୍ୟା ଧମକ ମିଳିବା ପରେ ସଲମାନଙ୍କ ସୁରକ୍ଷାକୁ ଦ୍ୱିଗୁଣିତ କରାଯାଇଛି । ଏପରିକି ସଲମାନ ନିଜ ସୁରକ୍ଷାକୁ ମଧ୍ୟ ଆହୁରି କଡାକଡି କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଯେଉଁଥିପାଇଁ ସଲମାନ ଏକ ନୂଆ ଗାଡି ବିଦେଶରୁ ଆଣିଛନ୍ତି । ନିସାନ ପାଟ୍ରୋଲ ମଡେଲର ଏସୟୁଭି ଗାଡି ବିଦେଶରୁ ଇମ୍ପୋଟ କରିଛନ୍ତି । ଏହି ଗାଡି ଭାରତରେ ବିକ୍ରି ହେଉନାହିଁ । ତେଣୁ ଏହାକୁ ବିଦେଶରୁ ମଗାଇଛନ୍ତି ସଲମାନ । ଯାହାଦ୍ୱାରା ଏହି ଗାଡିରେ ମୁମ୍ବାଇ ରାସ୍ତାରେ ବିନା ଭୟରେ ଯାତାୟତ କରିପାରିବେ ସଲମାନ । ନିସାନ ପାଟ୍ରୋଲର ଏହି ସ୍ୱତନ୍ତ୍ର ଏଡିସନ ଖାସକରି ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହି ଗାଡିର ଚତୁଃପାଶ୍ୱର୍ରେ ବୁଲେଟପ୍ରୁଫ୍ ଗ୍ଲାସ ରହିଛି । ଯାହା ଗାଡି ପାଇଁ ସୁରକ୍ଷାବଳୟ ତିଆରି କରିଛି । କେବଳ ଏତିକି ନୁହେଁ ଏହି ଗାଡିକୁ ଏମିତି ଜ୍ଞାନକୌଶଳରେ ନିର୍ମିତ କରାଯାଇଛି ଯେ, ଅତି ପାଖରୁ ଗୁଳି କଲେ କିମ୍ବା ସ୍ନାଇପର ବନ୍ଧୁକର ଗୁଳି ମଧ୍ୟ ଏହାର କାଚକୁ ଭେଦ କରିପାରିବ ନାହିଁ । ସଲମାନ କିଣିଥିବା କାରଟି ଧଳାରଙ୍ଗର ହୋଇଥିବା ବେଳେ ବେଶ ଷ୍ଟାଇଲିସ ମଧ୍ୟ । ଏହି ଗାଡିରେ ସଲମାନଙ୍କୁ ମୁମ୍ବାଇ ରାସ୍ତାରେ ଦେଖିବାକୁ ମିଳିଛି । ସଲମାନଙ୍କ ସୁରକ୍ଷାକୁ କଡାକଡି କରାଯିବା ସହ କାରକେଡ କରି ତାଙ୍କୁ ନିଆଯାଉଛି । ଯେଉଁ କାରକେଡରେ ପୋଲିସ ଅଧିକାରୀ ମଧ୍ୟ ରହୁଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ଏହି ଗାଡି ବଡ ବଡ ସେଲିବ୍ରିଟିଙ୍କର ପ୍ରଥମ ପସନ୍ଦ । ଏହାପୂର୍ବରୁ ବାରମ୍ବାର ହତ୍ୟା ଧମକ ପରେ ସଲମାନଙ୍କୁ ୱାଇ-ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe