କନକ ବ୍ୟୁରୋ : ଏପ୍ରିଲ ୩୦ ତାରିଖରେ ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନଙ୍କୁ ହତ୍ୟା କରାଯିବା ନେଇ ପୁଣି ଧମକ ଆସିଛି । ଗତ ସୋମବାର ରାତି ପ୍ରାୟ ୯ଟାରେ ସଲମାନ ଖାନଙ୍କ ନିକଟକୁ ଏହି ଧମକ ପୂର୍ଣ୍ଣ କଲ ଆସିଛି ।

Advertisment

ଏପ୍ରିଲ ୧୦ ତାରିଖ ଦିନ ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘କିସିକା ଭାଇ କିସିକା ଜାନ୍’ର ଟ୍ରେଲର ରିଲିଜ ହୋଇଥିଲା । ଟ୍ରେଲର ରିଲିଜ୍ ହେବା ରାତିରେ ହିଁ ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ସଲମାନଙ୍କୁ ହତ୍ୟା କରାଯିବା ନେଇ ଏକ ଧରକପୂର୍ଣ୍ଣ କଲ ଆସିଥିଲା । ଫୋନରେ ଧମକ ଦେଇଥିବା ବ୍ୟକ୍ତି ଜୋଧରୁର ଗୋରଖପୁରର ରକି ଭାଇ ବୋଲି ପରିଚୟ ଦେଇ କହିଥିଲା ମୁଁ ଆସନ୍ତା ଏପ୍ରିଲ୍ ୩୦ ତାରିଖରେ ସଲମାନ ଖାନଙ୍କୁ ହତ୍ୟା କରିବି ।

ତେବେ ଏଠାରେ କହି ରଖୁଛୁ କି, ଏହା ପୂର୍ବରୁ ଗତ ମାର୍ଚ୍ଚ ୧୮ ତାରିଖରେ ସଲମାନଙ୍କୁ ହତ୍ୟା କରାଯିବା ନେଇ ତାଙ୍କ ମ୍ୟାନେଜରଙ୍କ ପାଖକୁ ଏକ ଧମକ ଭରା ମେଲ୍ ଆସିଥିଲା । ରୋହିତ ଗର୍ଗ ନାମକ ଜଣେ ବ୍ୟକ୍ତି ଏହି ମେଲ କରିଥିଲେ । ଇମେଲରେ ଲେଖାଯାଇଥିଲା, ଗୋଲ୍ଡି ବରାରକୁ ତୁମ ବସ୍ ସଲମାନ ଖାନଙ୍କ ସହ କଥା ହେବାର ଅଛି । ସମୟ ଥାଉ ଥାଉ ସତର୍କ କରାଇ ଦେଉଛି କାହିଁକିନା ଆଗକୁ ସମୟ ନୁହେଁ ଝଟକା ମିଳିବ । ଏହା ପରେ ସଲମାନଙ୍କ ମ୍ୟାନେଜର୍ ବାନ୍ଦ୍ରା ପୋଲିସରେ ଏକ ଲିଖିତ ଅଭିଯୋଗ କରିଥିଲେ ।