ଭୁବନେଶ୍ୱରରେ ପହଞ୍ଚିଲେ ସଲମାନ ଖାନ୍ । ବାରବାଟୀରେ ଭାଇଜାନ୍ ଦେଖାଇବେ ଜଲୱା, ଚାହିଁ ବସିଛନ୍ତି ଦର୍ଶକ

635

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଞ୍ଚିଲେ ବଲିଉଡର ଭାଇଜାନ । କଳିଙ୍ଗ ଷ୍ଟାଡିୟମ ପରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱକପ ହକି ଉଦଘାଟନୀ ଉତ୍ସବର ସେଲିବ୍ରେସନରେ ଯୋଗ ଦେବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ସଲମାନ ଖାନ୍ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସନ୍ଧ୍ୟା ୬ ଟା ୩୦ ମିନିଟ୍ ସମୟରେ ଚାଟାର୍ଡ ପ୍ଲେନରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ ସଲମାନ । ଆଉ ବିମାନବନ୍ଦରରୁ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ କାର୍ ଯୋଗେ ବାରବାଟୀ ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିଛନ୍ତି ଦବଙ୍ଗ ଖାନ୍ ।

ଆଉ ଏସବୁ ଭିତରେ ସଲମାନଙ୍କ ଟିକିଏ ଝଲକ ପାଇବା ପାଇଁ ଫ୍ୟାନ ମାନଙ୍କ ଭିତରେ ଜବରଦସ୍ତ କ୍ରେଜ ରହିଛି । ହଜାର ହଜାର ସଂଖ୍ୟାରେ ପ୍ରଂଶସକ ମାନେ ସଲମାନଙ୍କୁ ଦେଖିବାକୁ ବିମାନବନ୍ଦର ଠାରୁ ଆରମ୍ଭ କରି ରାସ୍ତାକଡରେ ଅପେକ୍ଷା କରି ରହିଛନ୍ତି । ଅନ୍ୟପଟେ ବାରବାଟୀ ଷ୍ଟାଡିୟମରେ ମଧ୍ୟ ସଲମାନଙ୍କ ସୋ’ ଦେଖିବାକୁ ପ୍ରଂଶସକ ମାନେ ଚାତକ ଭଳି ଚାହିଁ ରହିଛନ୍ତି ।

ବାରବାଟୀରେ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସଲମାନଙ୍କ ସହ ଏ.ଆର ରେହମାନଙ୍କ ସଙ୍ଗୀତର ଯାଦୁର ମଜା ଉଠାଇବେ ଦର୍ଶକ । ରେହମାନଙ୍କ ଜୟ ହିନ୍ଦ ଜୟ ଇଣ୍ଡିଆ ଗୀତରେ ପ୍ରକମ୍ପିତ ହେବ ପୂରା ଷ୍ଟାଡିୟମ । ଆଉ ଏଥିପାଇଁ ସୋ’ ଆରମ୍ଭ ପୂର୍ବରୁ କଟକରେ ପହଞ୍ଚି ରେହମାନ ରିହଲସାର୍ଲ ଆରମ୍ଭ କରିଛନ୍ତି । ତେବେ ଏତେ ସଂଖ୍ୟକ ଦର୍ଶକଙ୍କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଦର୍ଶକଙ୍କୁ କଡାକଡି ଯାଞ୍ଚ କରାଯିବା ପରେ ଷ୍ଟାଡିୟମ ଭିତରକୁ ଛଡାଯାଉଛି । ଏପରିକି ପାଣି ବୋତଲ, ଖାଇବା ସାମଗ୍ରୀ, କଏନ, କୌଣସି ମାରଣାସ୍ତ୍ର, କଲମ ଏଭଳି ଅନେକ ସାମଗ୍ରୀ ଷ୍ଟାଡିୟମ ଭିତରକୁ ନେବାକୁ ବାରଣ କରାଯାଇଛି ।