ସେଲିବ୍ରେଟିଙ୍କ ଗଣେଶ ପୂଜା : ଭଉଣୀ ଅର୍ପିତାଙ୍କ ଘରେ ପୂଜା କଲେ ସଲମାନ୍

121

କନକ ବ୍ୟୁରୋ : ସାଧାରଣ ଲୋକଙ୍କ ସହ ସେଲିବ୍ରେଟିମାନେ ମଧ୍ୟ ଗଣେଶେ ପୂଜା ପାଳନ କରୁଛନ୍ତି । ବି ଟାଉନର ଅନେକ ତାରକା ନିଜ ଘରେ ଭଗବାନ ଗଣେଶଙ୍କ ପ୍ରତିମା ଆଣି ପୂଜା କରିଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବଲିଉଡର ଭାଇଜନ ଅର୍ଥାତ୍ ସଲମାନ ଖାନ ତାଙ୍କ ଭଉଣୀ ଅର୍ପିତା ଖାନଙ୍କ ଘରେ ଗଣପତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ସଲମାନ ଖାନ ଏକ ଧଳା ସାର୍ଟ ପିନ୍ଧି ଗଣପତିଙ୍କ ପୂଜା କରୁଥିବା ଦେଖିବାକୁ ମିଳିଛି ।

ନିକଟରେ କାର୍ତ୍ତିକ ଆରୟନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସେଥିରେ ଅଭିନେତା କାର୍ତ୍ତିକ ଲାଲବାଗ ରାଜାଙ୍କ ଦର୍ଶନ କରିଛନ୍ତି । ଆରୟନଙ୍କୁ ଦେଖି ଜମିଲା ପ୍ରଶଂସକଙ୍କ ଭିଡ । ସେହିପରି ଅଭିନେତା ନମନ ଶାହା ବି ଘରେ ଗଶେଣ ମୂର୍ତ୍ତି ସ୍ଥାପନ କରି ପୂଜା କରିଛନ୍ତି ।

ଅଭିନେତା ଗୁରମିତ୍ ଚୌଧରୀ ମଧ୍ୟ ଘରେ ଗଣେଶ ପୂଜା ପାଳିଛନ୍ତି । ଅଭିନେତା ଗୁରମିତ ଚୌଧରୀ ଓ ଦେବୀନାଙ୍କ ଘରକୁ ଆସିବେ କୁନି ଅତିଥି । ଝିଅ ଲିଆନା ଜନ୍ମର ୪ ମାସ ପରେ ପୁଣିଥରେ ଗର୍ଭବତୀ ଅଛନ୍ତି ଅଭିନେତ୍ରୀ ଦେବୀନା । ଏ ନେଇ ନିଜେ ଘୋଷଣା କରିଛନ୍ତି ଏହି ଷ୍ଟାର୍‌ କପଲ୍‌ ।