The Independent
ବଲିଉଡରେ ଭାଇଜାନ୍ ନାମରେ ପରିଚିତ ସଲମାନ ଖାନ୍ ସୋମବାରକୁ ତାଙ୍କର ଜଣେ କୁନି ଫ୍ୟାନକୁ ସାକ୍ଷାତ କରିବା ପାଇଁ ଟାଟା ମେମୋରିଆଲ ହସ୍ପିଟାଲରେ ପହଂଚିଥିଲେ । ସଲମାନଙ୍କ ଏହି କୁନି ଫ୍ୟାନ କ୍ୟାନସର ସହିତ ଲଢୁଛନ୍ତି । କୁନି ଫ୍ୟାନକୁ ସାକ୍ଷାତ କରି ଭାଇଜାନ ସାହସ ବଢାଇଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସଲମାନ ପିଲାଟି ସହିତ କଥା ହୋଇ ହସାଇବାକୁ ଚେଷ୍ଟା କରୁଥିବା ନଜର ଆସିଛି । ଗୋବିନ୍ଦା ନାମକ ଏକ ବ୍ୟକ୍ତି ସଲମାନଙ୍କୁ ଅନୁରୋଧ କଲେଯେ ତାଙ୍କ ପତ୍ନୀଙ୍କ ଭଣଜାକୁ ଥରେ ଯାଇ ଦେଖି ଆସିବାକୁ ।ସେହି ଭଣଜା କର୍କଟ ରୋଗ ସହିତ ଲଢୁଛନ୍ତି । ଅନୁରୋଧରୁ ସଲମାନ ସେହି ପିଲାଟିକୁ ସାକ୍ଷାତ କରିବାକୁ ପହଂଚିଲେ ଏବଂ ସେଠାରେ ଉପସ୍ଥିତ ଅନ୍ୟ ପିଲାମାନଙ୍କୁ ମଧ୍ୟ ସାକ୍ଷାତ କଲେ ।ଏହି ଭିଡ଼ିଓକୁ ବିଗବସ ପୂର୍ବ ପ୍ରତିଯୋଗୀ ବିକାଶ ଗୁପ୍ତା ଶେୟାର କରିଛନ୍ତି ।ତେବେ ସେହି ଛୋଟ ପିଲାଟି ସଲମାନଙ୍କର ଜଣେ ଫ୍ୟାନ ।
Follow Us